ଭୁବନେଶ୍ୱର,୧୯/୨: ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଏମ୍ଆଇସିଇ ଆଣ୍ଡ୍ ଲକ୍ଜୁରି ଟ୍ରଭେଲ୍ କଂଗ୍ରେସ୍ ଆଣ୍ଡ୍ ଆଓ୍ଵାର୍ଡସ୍ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନକୁ ‘ଟୁରିଜମ୍ ଲିଡର୍ସିପ୍ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। ଏହି ବିଶ୍ୱସ୍ତରୀୟ ଅନୁଷ୍ଠାନ ୨୯ଟି ଦେଶର ପ୍ରତିନିଧିଙ୍କୁ ଧ୍ୟାନ ଆକର୍ଷକ ସମାବେଶ ଓ ପର୍ଯ୍ୟଟନ ପାଳନ ଉତ୍ସବରେ ସମବେତ କରିଥିଲା। ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦେଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସ୍ଏଟିଟିଇ ୨୦୧୯ରେ ‘ଟୁରିଜମ୍ ବ୍ରାଣ୍ଡ୍ ଅଫ୍ ଦ ଇୟର୍’ ସମ୍ମାନ ହାସଲ କରିଥିଲା।‘ଟୁରିଜମ୍ ଲିଟର୍ସିପ୍ ଆଓ୍ଵାର୍ଡ’ରେ ଭୂଷିତ କରିଥିବାରୁ ବିଚାରକ ମଣ୍ଡଳୀଙ୍କ ପ୍ରତି ମୁଁ କୃତଜ୍ଞ ବୋଲି ଓଡ଼ିଶା ଟୁରିଜମ୍ର କମିସନର୍-କମ୍-ସେକ୍ରେଟାରି ବିଶାଲ କେ. ଦେବ।