ଔପନ୍ୟାସିକ ଅମିତାଭ ଘୋଷ ପାଇବେ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର

0

ଭୁବନେଶ୍ଵର,୧୪/୧୨: ଔପନ୍ୟାସିକ ଅମିତାଭ ଘୋଷ ପାଇବେ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର। ନୂଆଦିଲ୍ଲୀରେ ଜ୍ଞାନପୀଠ ପୁରସ୍କାର କମିଟି ଅମିତାଭଙ୍କ ନାଁ ଘୋଷଣା କରିଛି। ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ହେଉଛି ଜ୍ଞାନପୀଠ ସମ୍ମାନ। କମିଟିରେ ଥିବା ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିରେ ଅମିତାଭ ଘୋଷଙ୍କ ନାଁ ଘୋଷଣା କରାଯାଇଛି । ଅମିତାଭ ଘୋଷ ହେଉଛନ୍ତି ଜଣେ ଇଂରାଜୀର ଔପନ୍ୟାସିକ ।

୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିବା ଅମିତାଭ ଇଂରାଜୀର ଜଣେ ସାହିତ୍ୟକ । ଇଂରାଜୀରେ ଭାଷାରେ ନିଜର କାଳ୍ପନୀକ ଲେଖନୀ ପାଇଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଜ୍ଞାନପୀଠ ସମ୍ମନ ପାଇଁ ଅମିତାଭ ଘୋଷଙ୍କ ନାଁ ଚୟନ ହେବା ପରେ ସେ ଚୟନ କମିଟିକୁ ଧନ୍ୟବାଦ ଦେଇଛନ୍ତି ।

ଜ୍ଞାନପୀଠର ସୂଚନା ମୁତାବକ ଶୁକ୍ରବାର ପ୍ରତିଭା ରୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜ୍ଞାନପୀଠ ଚୟନ ସମିତି ବୈଠକରେ ଇଂରାଜୀ ଲେଖକ ଅମିତାଭ ଘୋଷଙ୍କୁ ୨୦୧୮ ପାଇଁ ୫୪ତମ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ କରିବାକୁ ନିର୍ଣ୍ଣୟ ନିଆଯାଇଛି।

ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ରୂପେ ଅମିତାଭ ଘୋଷଙ୍କୁ ପୁରସ୍କାର ରୂପେ ୧୧ ଲକ୍ଷ ଟଙ୍କା, ବାଗଦେବୀଙ୍କ ପ୍ରତୀମା ଓ ପ୍ରଶସ୍ତି ପତ୍ରରେ ଦିଆଯି

Leave A Reply

Your email address will not be published.