କଂଗ୍ରେସକୁ ଦରକାର ଯୁବ ନେତୃତ୍ୱ : ଅମରିନ୍ଦର ସିଂହ

0

ନୂଆଦିଲ୍ଲୀ,୬/୭: ରାହୁଲ ଗାନ୍ଧିଙ୍କ ପରେ ଦଳର ମଙ୍ଗ ଯୁବ ନେତୃତ୍ୱକୁ ମିଳିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି। ସେ ଦଳର ସର୍ବୋଚ୍ଚ ନିଷ୍ପତ୍ତିକର୍ତ୍ତା ସିଡବଲୟୁସିକୁ ଟ୍ୱିଟ୍‌ କରି କହିଛନ୍ତି, “ଯୁବ ଭାରତ ଯୁବ ନେତୃତ୍ୱ ଚାହେଁ, ଯାହାର ତୃଣମୂଳ ସ୍ତରରେ ସଂଗଠନ ଥିବ।”

ସେ ଏହି ଟ୍ୱିଟ୍‌ରେ କହିଛନ୍ତି, “ରାହୁଲ ଗାନ୍ଧିଙ୍କ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ପରେ ଆମେ ଆଶା କରୁଛୁ ଆଉ ଜଣେ ଯୁବକଙ୍କୁ ଏହି ଦାୟିତ୍ୱ ମିଳିବ। ମୁଁ ସିଡବଲ୍‌ୟୁସିକୁ ଆହ୍ୱାନ କରିବାକୁ ଚାହେଁ ଯୁବ ଭାରତ ଯୁବ ନେତୃତ୍ୱ ଚାହେଁ। ବୃହତ ଯୁବବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରୁଥିବା ଏବଂ ତୃଣମୂଳ ସ୍ତରରେ କାମ କରିଥିବା ଜଣେ ଯୁବକଙ୍କୁ ଏହି ଦାୟିତ୍ୱ ମିଳୁ।”

ଅମରିନ୍ଦର ସିଂହଙ୍କ ଏଭଳି ପରାମର୍ଶ ସେତିକିବେଳେ ଆସିଛି ଯେତେବେଳେ ଦଳର ବିଭିନ୍ନ ବରିଷ୍ଠ ନେତାଙ୍କ ନାମ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି, ଯେ ନୂଆ ନେତାଙ୍କୁ ଦାୟିତ୍ୱ ଦେବା ପୂର୍ବରୁ CWCକୁ ପ୍ରଥମେ ରାହୁଲଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ହେବ।

Leave A Reply

Your email address will not be published.