ଭୁବନେଶ୍ୱର,୧୮/୧ : କଂଗ୍ରେସକୁ ଜବାବ ଦେଲେ ନିଲମ୍ବିତ ବିଧାୟକ ଯୋଗେଶ ସିଂ । ସେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଗତକାଲି ଦଳ ତାଙ୍କୁ ନିଳମ୍ବନ କରିଥିଲା । ଏହାସହ ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି ।
ସୂଚନା ମୁତାବକ, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ କିଛିଦିନ ହେବ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ପ୍ରଶଂସାରେ ପୋତି ପକାଇଥିଲେ । ଯାହାକୁ ନେଇ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ଏହାର ଆଭାସ ପାଇବା ସହ ଅନ୍ୟ ଦେଳର ନେତାଙ୍କୁ ପ୍ରଂଶସା କରିବା ନେଇ କଂଗ୍ରେସ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଫଳରେ ଗତକାଲି ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା ।
ତେବେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଉସ୍ତଫାପତ୍ର ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି । ଯୋଗେଶଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସେ ଆଗାମୀ ଦିନରେ ବିଜେଡିରେ ସାମିଲ ହେବେ ବୋଲି ଆଲୋଚନା ହେଉଛି ।