ନୂଆଦିଲ୍ଲୀ,୬/୪: ବିଜେପିକୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସବୁ ସଭାରେ ଟାର୍ଗେଟ କରୁଥିବା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଶେଷରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ସମୟରେ ବିଜେପିର ସଂସ୍ଥାପକ ନାନାଜୀ ଦେଶମୁଖ, ଅଟଳ ବିହାରୀ ବାଜପେୟୀ,ଲାଲକୃଷ୍ଣ ଆଡଭାନୀଙ୍କ ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଶତ୍ରୁଘ୍ନ କହିଛନ୍ତି ଯେ, ସେ ଦୁଖର ବିଜେପିର ସ୍ଥାପନା ଦିବସରେ ବିଜେପି ଛାଡିବାର ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ କଂଗ୍ରେସରେ ସାମିଲ କରାଇବାରେ ଲାଲୁ ପ୍ରସାଦ ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।
ଶତ୍ରୁଘ୍ନ ସିହ୍ନା କରିଛନ୍ତି ଯେ ଆଜି ବିଜେପିର 49 ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଦଳ ଛାଡିବା ମୋ ପାଇଁ ଦୁଖର ବିଷୟ । ସେ କହିଛନ୍ତି ଯେତେବେଳେ ଜୟ ପ୍ରକାଶ ନାରାୟଣଙ୍କ ମିଶିଥିଲି ସେ ମୋତେ ନାନାଜୀ ଦେଶମୁଖଙ୍କ ସାକ୍ଷାତ କରାଇଥିଲେ । ଭାରତ ରତ୍ନ ନାନାଜୀ ଦେଶମୁଖ ମୋର ରାଜନୈତିକ ଯାତ୍ରାକୁ ଆରମ୍ଭ କରିଥିଲେ । ସେ ମୋତେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ପରିଚିତ କରାଇଥିଲେ ଏବଂ ଏହା ପରେ ମୁଁ ବିଜେପି ପାଇଁ କରିବା ଆରମ୍ଭ କରିଥିଲି । ଏହି ଦଳରେ ମୋତେ ମୋର ଗୁରୁ ଏବଂ ପଥ ପଦର୍ଶକ ଲାଲକୃଷ୍ଣ ଆଡଭାନୀଙ୍କ ସହ ମଧ୍ୟ ପରିଚିତ କରାଇଥିଲା ।