କଂଗ୍ରେସରେ ଯୋଗ ଦେଲେ ବିଜେପି ସାଂସଦ ହରୀଶ

0

ରାଜସ୍ଥାନ, ୧୪/୧୧ : ଡିସେମ୍ବର ୭ରେ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଲାଗିଛି । ଦୌସା ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ସାଂସଦ ହରୀଶ ମୀନା ବିଜେପିର ହାତ ଛାଡିଦେଇଛନ୍ତ । ହରୀଶ ମୀନା ପୂର୍ବରୁ ଡିଆଇଜି ଥିଲେ । ସେ ୨୦୧୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ତେବେ ହରୀଶ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ଅବସରରେ କଂଗ୍ରେସ ନେତା ଅଶୋକ ଗେହଲଟ୍‌ ଏବଂ ସଚିନ ପାଇଲଟ ଉପସ୍ଥିତ ଥିଲେ । ତେବେ ମୀନାଙ୍କ କଂଗ୍ରେସରେ ଯୋଗ ଦେବା ପରେ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୨୭୧ ହେଇଯାଇଛି । ହରୀଶଙ୍କ ଭାଇ ନମୋ ନାରାୟଣ ମୀନା କଂଗ୍ରେସରେ ଅଛନ୍ତି ।

Leave A Reply

Your email address will not be published.