କଂଗ୍ରେସ କ୍ଷମତାକୁ ଆସିଲେ ଶେଷ ହେବ ‘ତିନି ତଲାକ କାନୁନ’

0

ନୂଆଦିଲ୍ଲୀ,୭/୨: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବଡ଼ ବଡ଼ ଘୋଷଣା କରିବା ଆରମ୍ଭ କରିଛି। ପ୍ରଥମେ ଋଣ ଛାଡ଼ ଘୋଷଣା କରିବା ପରେ ଏବେ କଂଗ୍ରେସ ଘୋଷଣା କରିଛି ଯେ, କ୍ଷମତାକୁ ଆସିଲେ ତିନି ତଲାକ କାନୁନ ଶେଷ କରି ଦେବେ। ଦିଲ୍ଲୀ ପାର୍ଟିର ଅଳ୍ପସଂଖ୍ୟକଙ୍କ ଅଧିବେଶନ ସମୟରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସାଂସଦ ତଥା ଅଲ ଇଣ୍ଡିଆ ମହିଳା କଂଗ୍ରେସର ଅଧ୍ୟକ୍ଷ ସୁସ୍ମିତା ଦେବ ପକ୍ଷରୁ ଏହି ଘୋଷଣା କରାଯାଇଛି। ଅଳ୍ପସଂଖ୍ୟକ ଭୋଟରଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଗୁରୁବାର ରାଷ୍ଟ୍ରୀୟ ଅଧିବେଶନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଉପରେ ମଧ୍ୟ ହମଲା କରିଛନ୍ତି।

ରାହୁଲ କହିଛନ୍ତି ଯେ, ମୋଦୀ ବୁଝି ସାରିଥିବେ ଯେ ଦେଶର ଲୋକଙ୍କୁ ବିଭାଜନ କରି ପିଏମ ହୋଇ ପାରିବେ ନାହିଁ। ବିଜେପି ଲୋକ କହୁଥିଲେ ଯେ ମୋଦୀ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ, ମାତ୍ର କଂଗ୍ରେସ ସେମାନଙ୍କର ଏହି ଦୃଢୋକ୍ତିକୁ ଭୁଲ ପ୍ରମାଣିତ କରିଛି। ପ୍ରଥମେ ବିଜେପି ଲୋକେ କହୁଥିଲେ ଯେ ଭଲ ଦିନ ଆସିବ, ମାତ୍ର ଏବେ ଦେଶର ଜନତା କହୁଛନ୍ତି ଯେ, ଚୌକିଦାର ଚୋର। ଏହି ଅବସରେ କଂଗ୍ରେସ ଘୋଷଣା କରିଛି ଯେ, କ୍ଷମତାକୁ ଆସିଲେ ତିନି ତଲାକ ବିଲ୍ ସମାପ୍ତ କରି ଦେବେ। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ଏହି ଦେଶ କୌଣସି ଗୋଟିଏ ଧର୍ମ ନୁହଁ। ଏହି ଦେଶ ହିନ୍ଦୁସ୍ତାନର ପ୍ରତ୍ୟେକ ବ୍ୟକ୍ତିଙ୍କର। ଲଢେଇ ଦୁଇ ବିଚାରଧାରା ମଧ୍ୟରେ ହେବ। ଦେଶର ଅଳ୍ପସଂଖ୍ୟକ ମଧ୍ୟ ଦେଶ ଗଠନରେ ନିଜର ଯୋଗଦାନ ଦେଇଛନ୍ତି।

Leave A Reply

Your email address will not be published.