ବାରିପଦା,୫/୧: ପ୍ରଧାନମନ୍ତ୍ରୀ ଆଜି ବାରିପଦାର ଛଉ ପଡ଼ିଆରେ ଆୟୋଜିତ ଜନସଭାରେ ବିଜେଡି ସରକାର ପ୍ରତି ସଂପୂର୍ଣ୍ଣ ଭାବେ ନରମ ଆଭିମୁଖ୍ୟ ପୋଷଣ କରିଥିବା ବେଳେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ମୋଦୀଙ୍କ ଆଜିର ଭାଷଣରୁ ଏହା ବାରି ହୋଇ ପଡୁଛି ଯେ ବିଜେଡି ଶାସିତ ଓଡ଼ିଶା ସରକାରଙ୍କୁ ଆଉ ସମାଲୋଚନା କରାଯିବ ନାହିଁ। ମୋଦୀଙ୍କ ଭାଷଣରୁ ଏହା ଅନୁମାନ କରାଯାଇପାରେ ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଜେଡିର ସମର୍ଥନ ମଧ୍ୟ ଲୋଡିପାରେ। ମାତ୍ର ଆଜିର ସମାବେଶରେ ମୋଦୀ ଭାଷଣ ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦେଶର ଚୌକିଦାରକୁ ସେମାନେ ହଟାଇବାକୁ ଚାହୁଁଛନ୍ତି ଏବଂ ଦେଶର ସୁରକ୍ଷା ସହ ସେମାନେ ଖେଳୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଆଶା କରାଯାଉଥିଲା ପିମଏ ମୋଦୀ ଖୋର୍ଦ୍ଧାରେ ଆୟୋଜିତ ଜନସମାବେଶରେ ବିଜେଡିକୁ ବୁଲେଇ ବଙ୍କେଇ ହମଲା କରିଥିଲେ ସେହି ଧାରକୁ ଆଉ ଟିକେ ଶାଣିତ କରିବେ। ମାତ୍ର ମୋଦୀଙ୍କ ଭାଷଣରୁ ଆଜି ବିଜେଡି ବିରୋଧରେ ସେମିତି କୌଣସି କଡ଼ା ସମାଲୋଚନା କି ହମଲା ଦେଖିବାକୁ ମିଳିନଥିଲା। କିନ୍ତୁ ଏହି ସମାବେଶ ଜରିଆରେ ପିଏମ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ପଛେଇ ନାହାନ୍ତି।
ଭାଷଣ ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ୍ କରି ମୋଦୀ କହିଥିଲେ ଯେ ସମୟ ଏମିତି ଆସିଛି ଯେ ଦେଶରେ ଭାରତ ମାତା କି ଜୟ କହିଲେ ବିରୋଧୀ ଦଳ ବିରୋଧ କରୁଛନ୍ତି। ମଧ୍ୟ ପ୍ରଦେଶରରେ କଂଗ୍ରେସ ସରକାର ଆସୁ ଆସୁ ବନ୍ଦେ ମାତରମ ଉପରେ ହମଲା କରାଯାଇଛି। ଏବେ କଂଗ୍ରେସ ଏଥିରୁ କେମିତି ମୁକୁଳିବ ବାଟ ପାଉନାହିଁ। କେବଳ ଏତିକି ନୁହେଁ ଏମପିରେ କଂଗ୍ରେସ ସରକାର ଲୋକତନ୍ତ୍ରକୁ ବଞ୍ଚାଇବାକୁ ଜରୁରୀକାଳୀନ ପରିସ୍ଥିତି ସମୟର ଳଢ଼ିଥିବା ସୈନ୍ୟଙ୍କ ପେନସନ ବନ୍ଦ ଯୋଜନା କଲେ। ସେମାନେ କେବଳ ନିଜର ମନରୋଞ୍ଜନ ପାଇଁ ସଂସଦକୁ ବ୍ୟବହାର କରୁଛନ୍ତି ବୋଲି ମୋଦୀ କହିଛନ୍ତି। ଦେଶର ସୁରକ୍ଷାକୁ ନେଇ ମଧ୍ୟ ଖେଳୁଛନ୍ତି। ଦେଶର ଚୌକିଦାରକୁ ସେମାନେ ହଟାଇବାକୁ ଚାହୁଁଛନ୍ତି। ଏହି ସବୁ ଚୋରମାନେ ପ୍ରଥମେ ଚୌକିଦାରକୁ ହଟାଇବାକୁ ଏକଜୁଟ ହୋଇଛନ୍ତି।