ଜୟପୁର,୯/୧ : ରାଜସ୍ଥାନରେ କଂଗ୍ରେସ ସରକାର ଗଢିବା ପରେ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଜୟପୁରରେ ପହଂଚିଛନ୍ତି । ସେଠାରେ ସେ ବିଦ୍ୟାଧରନଗରରେ କୃଷକଙ୍କ ରାଲିରେ ସମ୍ବୋନ୍ଧିତ କରି ଲୋକସଭା ନିର୍ବାଚନର ଶଙ୍ଖନାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ବିମାନ ବନ୍ଦରରେ ତାଙ୍କର ସ୍ୱାଗତ କରିଥିଲେ । ରାଜ୍ୟରେ କଂଗ୍ରେସ ସରକାର ଆସିବା ପରେ ରାହୁଲଙ୍କର ଏହା ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ।
ଏହି ସମୟରେ ରାହୁଲ କହିଛନ୍ତି କି, ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୃଷିଋଣ ଛାଡ କରିଛନ୍ତି । ଦଶ ଦିନ ସମୟ ମଧ୍ୟ ଲାଗିଲା ନାହିଁ । ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ଛତିଶଗଡର ଜନତା ନରେନ୍ଦ୍ର ମୋଦୀଙ୍କୁ ସନ୍ଦେଶ ଦେଇଛନ୍ତି କି, ତାଙ୍କୁ ହିନ୍ଦୁସ୍ତାନର ଋଣଛାଡ କରିବାକୁ ପଡିବ । ମୋଦୀଙ୍କ ଠାରୁ ଋଣଛାଡ କରାଯିବ । ସମୁଦାୟ ୧୫ଲୋକଙ୍କର ୩.୫ଲକ୍ଷ କୋଟି ଛାଡ ହୋଇଛି । ତେବେ କୃଷକଙ୍କର ମଧ୍ୟ ଛାଡ କରାଯିବ ।
ରାହୁଲ ପୁଣି କହିଛନ୍ତି କି, ହିନ୍ଦୁସ୍ତାନର କୃଷକ ଏବଂ ଯୁବକ କାହା ଠାରୁ ଡରିବା ଆବଶ୍ୟକ ନାହିଁ । ସେମାନେ ସାଢେ ଚାରି ବର୍ଷରେ ଯାହା କରି ନାହାଁନ୍ତି ଆମେ ସେହି କାମ ୨ଦିନ ମଧ୍ୟରେ କରି ଦେଖାଇଛୁ । ସେମାନେ ଜିଏସଟି ଏବଂ ବିମୁଦ୍ରାକରଣ ଆଣିଛନ୍ତି, ରାଜସ୍ଥାନ ଏବଂ ହିନ୍ଦୁସ୍ତାନର ବାଣିଜ୍ୟ ନଷ୍ଟ କରିଛନ୍ତି । ଏବେ ଆମକୁ ଫ୍ରଂଟ ଫୁଟରେ ଖେଳିବାକୁ ପଡିବ ଏବଂ ଛକା ମାରିବାକୁ ପଡିବ । ମୋଦୀ ଆମ ପ୍ରଶ୍ନର ଉତର ଦେଇ ପାରିଲେ ନାହିଁ ।