ଦୁନିଆରେ ଅନେକ ଜେଲ୍ ଅଛି । ଯେଉଁଠାରେ କଏଦୀମାନଙ୍କୁ ବନ୍ଦି ବନାଇ ରଖାଯାଏ । ଏମିତି କିଛି ଜେଲ୍ ଅଛି ଯାହାର ନାଁ ଶୁଣିବା ମାତ୍ରକେ କଏଦୀ ଡରି ଯାଏ । ସେହି ନାଁକରା ଜେଲ୍ ଭିତରୁ ଦକ୍ଷିଣ ଆଫ୍ରିକା ଶ୍ୱାଡାର ଗିତାରାମା ସେଣ୍ଟ୍ରାଲ୍ ଜେଲ୍ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି । ଏଠାରେ ୬୦୦ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ରହୁଛନ୍ତି ୭ ହଜାର କଏଦୀ । ଜାଗା କମ୍ ଥିବା କାରଣରୁ ଏଠାରେ କଏଦୀମାନେ ଜନଗହଳି ଟ୍ରେନ୍ରେ ସବାର ଯାତ୍ରୀମାନଙ୍କ ପରି ଏଠାରେ ବାସ କରୁଛନ୍ତି । ଜେଲ୍ରେ ଜାଗାର ଅଭାବ କାରଣରୁ ଏଠାରେ ରହୁଥିବା କଏଦୀମାନଙ୍କ ଭିତରେ ଗ୍ୟାଙ୍ଗ୍-ୱାର ହୁଏ ଓ ପ୍ରତିଦିନ କେହି ନା କେହି କଏଦୀର ମୁତୁ୍ୟ ଏ ଗ୍ୟାଙ୍ଗ୍ ୱାର ପାଇଁ ହୋଇଥାଏ । ଖାଲି ଏତିକି ନୁହେଁ ଏଠାକାର କଏଦୀ ଅନ୍ୟ କଏଦୀମାନଙ୍କ ହତ୍ୟା କରି ସେମାନଙ୍କ ମାଂସ ଭକ୍ଷଣ କରନ୍ତି । ଜେଲ୍ରେ ଜାଗାର ଅଭାବ କାରଣରୁ ଏଠାରେ କଏଦୀ ଅଧିକାଂଶ ସମୟ ଛିଡ଼ା ହୋଇ ରୁହନ୍ତି ।