କଖାରୁ ଫୁଲ ବଡା

ସାମଗ୍ରୀ- କଖାରୁ ଫୁଲ- ୧୪ ଟି, ଶୁଖିଲା ଲଙ୍କା- ୨ ଟି, ହଳଦୀ ଗୁଣ୍ଡ- ୧/୪ ଚା’ ଚାମଚ, ଅରୁଆ ଚାଉଳ- ୫-୬ ଚାମଚ, ବେସନ- ୧ ଚାମଚ, ଜିରା- ୧/୪ ଚା’ ଚାମଚ, ତେଲ- ୧ ଟେବୁଲ ଚାମଚ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ- ପ୍ରଥମେ ଚାଉଳକୁ ୩-୪ ଘଣ୍ଟା ପାଣିରେ ଭିଯାନ୍ତୁ । ଚାଉଳକୁ ଛାଣି ଜିରା ଓ ଲଙ୍କାକୁ ମିଶାଇ ବାଟି ଦିଅନ୍ତୁ । ଫୁଲରୁ ସିଙ୍କ ଛଡାଇ ଧୋଇ ଗୋଟା ରଖନ୍ତ । ଗୋଟିଏ ଫୁଲକୁ ଅନ୍ୟ ଗୋଟିଏ ଫୁଲରେ ପୁରାଇ ମୁହଁକୁ ବନ୍ଦ କରନ୍ତୁ । ଏହି ପରି ସବୁ ଫୁଲକୁ ଯୋଡାକିଆ କରି ବନ୍ଦ କରନ୍ତୁ । ଏବେ ଚାଉଳ ପେଷ୍ଟ, ହଳଦୀ ଗୁଣ୍ଡ ଓ ବେସନକୁ ଲୁଣ ପକାଇ ମିଶାନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇ ପେଷ୍ଟକୁ ଅଳ୍ପ ପତଳା କର;ୁ ଛ କରେଇରେ ୨ ଚାମଚ ତେଲ ଗରମ କରନ୍ତୁ । ଫୁଲକୁ ଚାଉଳ ପେଷ୍ଟରେ ବୁଡାଇ ତେଲରେ ଭାଜନ୍ତୁ । ଅଳ୍ପ ଆଞ୍ଚରେ ଫୁଲକୁ ଦୁଇ ପାଖ ଭଲ କରି ଭାଜି ନିଅନ୍ତୁ । ଏହି ପରି ସବୁ ଫୁଲକୁ ଭାଜି ଗରମ ଗରମ ପରଷନ୍ତୁ ।