କଟକରେ ବର୍ଜ୍ୟଜଳ ବିଶୋଧନାଗାରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

କଟକ , ୫/୧୨: କଟକରେ ବର୍ଜ୍ୟଜଳ ବିଶୋଧନାଗାରକୁ ବୁଧବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସମନ୍ବିତ ପରିମଳ ଉନ୍ନତୀକରଣ ଅଧୀନରେ ନିର୍ମିତ ଏହି ବିଶୋଧନାଗାରରେ ପ୍ରତିଦିନ ୩ କୋଟି ୬୦ଲକ୍ଷ ଲିଟର ବର୍ଜ୍ୟଜଳ ବିଶୋଧନ କରାଯାଇପାରିବ। କଟକର ପୋଲିସ କଲୋନୀଠାରେ ନିର୍ମିତ ଡ୍ରେନେଜ୍‌ ପମ୍ପିଙ୍ଗ୍‌ ଷ୍ଟେଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି ଡ୍ରେନେଜ୍‌ ପମ୍ପିଙ୍ଗ୍‌ ଷ୍ଟେଶନ ଘଣ୍ଟାକୁ ୭୨ ଲିଟର ଜଳ ନିଷ୍କାସନ କରିବାର କ୍ଷମତା ରଖିଛି। ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି(ଜାଇକା)ର ଆର୍ଥିିକ ଓ ବୈଷୟିକ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହା ସ୍ବରେଜ୍‌ ଓ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ସହ ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୧ଲକ୍ଷ କଟକବାସୀଙ୍କ କଷ୍ଟ ଦୂର କରିପାରିବ।

Leave A Reply

Your email address will not be published.