କଟକ ,୨୨।୧୧: ନିଶ୍ଚିତକୋଇଲି ବ୍ଲକ କଟିକଟା ବଜାରର କାର୍ତ୍ତିକେଶ୍ୱର ଉତ୍ସବ ସ୍ଥଳରେ ବୁଧବାର ରାତିରେ ହୋଇଥିବା ଗୁଳିମାଡ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟଛି । ମୃତକ ହେଲେ ନିତ୍ୟାନନ୍ଦ ମଳିକ । ତାଙ୍କ ଘର ମଧୁବନ ଗ୍ରାମ ସୁକରପଡା ପଞ୍ଚାୟତରରେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ କଟକ-ଚାନ୍ଦବାଲି ରାସ୍ତାର ମଧୁବନ ନିକଟରେ ଗୁରୁବାର ସ୍ଥାନୀୟ ଗ୍ରାମବାସୀ ଟାୟାର ଜାଳି ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଖବରପାଇ ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ର ପାତ୍ର, କଟକ ଜିଲା ଅତିରିକ୍ତ ଗ୍ରାମାଞ୍ଚଳ ଏସପି ପ୍ରଦ୍ୟୁମ୍ନ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ଏହି ଅବସରରେ ରେଡକ୍ରସ ଫଣ୍ଡରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମୃତକଙ୍କ ପରିବାରକୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିବା ଉତ୍ତମ ଦାସଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମନ୍ତ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁ ନେଇ ବୁଧବାର ହୋଇଥିବା ଏହି ଗୁଳିକାଣ୍ଡରେ ପାରସାଇଲୋ ଗ୍ରାମର ସେକ୍ ଅବୁବକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲ।