କ’ଣ ସୂଚାଏ ସଡ଼କ ଗାର

0

ସଡ଼କ ସୁରକ୍ଷା, ଜୀବନ ରକ୍ଷା । ସରକାରଙ୍କ ପକ୍ଷରୁ ଦୁର୍ଘଟଣା ହାର କମ୍‌ କରିବା ପାଇଁ ଅନେକ ସଚେତନ ବାର୍ତ୍ତା ଲୋକମାନଙ୍କୁ ଦିଆ ଯାଉଛି । ଦିଆଯାଇଥାଏ । ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବା ନିମନ୍ତେ କେଉଁଠି ଉପହାର ଦେଇ ସଚେତନ କରାଯାଉଛି ତ କେଉଁଠି ଫାଇନ୍‌ କଟାଯାଇ ଲୋକଙ୍କୁ ସଚେତନ କରାଯାଉଛି ।
ଏହାସତ୍ତେ୍ୱ ସୁଧୁରୁନି ଅବସ୍ଥା କି କମୁନି ବିପଦ । ପରିସ୍ଥିତି ଦିନକୁ ଦିନ ଭୟଙ୍କର ହୋଇଯାଇଛି । ଦୁର୍ଘଟଣାର ଶିକାର ହୋଇ ବହୁ ଜୀବନ ଅକାଳରେ ଝଡ଼ି ପଡୁଥିବାବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ଦିନକୁଦିନ ବଢ଼ି ଚାଲିଛି । ସମଗ୍ର ଦେଶରେ ପୂର୍ବରୁ ରାସ୍ତା ଅବସ୍ଥା କାର୍ଯ୍ୟ ଥିବା ଯୋଗୁଁ ଦୁର୍ଘଟଣା ଘଟୁଥିଲା । ଏବେ ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ସତ୍ତେ୍ୱ ଏଥିରେ କୌଣସି ପରିବର୍ତ୍ତନ ହେଉ ନାହିଁ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନିମନ୍ତେ ସମସ୍ତେ ଜଲ୍‌ଦିରେ ଥାନ୍ତି ।ଯାହା ଫଳରେ ବିଭିନ୍ନ ଦୁର୍ଘଟଣା ଘଟୁଛି ।
ସରକାରଙ୍କ ଟ୍ରାଫିକ୍‌ ନିୟମ ବ୍ୟତୀତ ରାସ୍ତାରେ ଚିତ୍ରିତ ଗାରର ରହସ୍ୟ ଆମଭିତରୁ ଅନେକ ଲୋକ ଜାଣି ନ ଥିବେ । ତେବେ ରାସ୍ତାରେ ଯେଉଁ ୩ ପ୍ରକାର ଗାର କାହିଁକି ଦିଆଯାଇଛି, ଏହାର କେଉଁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ସେ ସମ୍ପର୍କରେ ଚାଲନ୍ତୁ ଜାଣିବା କିଛି ଅଜଣା କଥା ।
୧.ପ୍ରଥମତଃ ଜାତୀୟ ରାଜପଥ ମଝିରେ ଗୋଟିଏ ଗାର ପଡ଼ିଥାଏ, ଯେଉଁଥିରେ କି ମଝିରେ ମଝିରେ ଖାଲି ଥାଏ । ତେବେ ଏ ପ୍ରକାରର ଗାରର ଅର୍ଥ ହେଉଛି ସେହି ସ୍ଥାନରେ ଯାତ୍ରୀ ଅନ୍ୟ ଗାଡ଼ିଚାଳକଙ୍କୁ ଓଭରଟେକ୍‌ କରି ଆଗକୁ ଯାଇପାରିବେ।
୨. ଜାତୀୟ ରାଜପଥରେ ଦୁଇଭାଗ କରି ଗୋଟିଏ ଗାର ପଡ଼ିଥାଏ, ଯେଉଁଥିରେ କୌଣସି ସ୍ଥାନରେ ମଝିରେ ଆଦୌ ଖାଲି ଯାଗା ନଥାଏ । ଏହି ପ୍ରକାର ଗାର ସୂଚାଏ ସେହି ସ୍ଥାନରେ ଯାତ୍ରୀ ଅନ୍ୟ ଗାଡ଼ି ଚାଳକଙ୍କୁ ଓଭରଟେକ୍‌ କରିବା ବିପଦଜନକ ।
୩. ସେହିପରି ଆଉ କେତେକ ସ୍ଥାନରେ ଦେଖାଯାଏ ଯେ, ରାଜପଥ ମଝିରେ ଗୋଟିଏ ଗାର ବଦଳରେ ଦୁଇଟି ଗାର ପଡ଼ିଥାଏ । ଏହାର ରଙ୍ଗ ଧଳା ବଦଳରେ ହଳଦିଆ ଥାଏ । ଏହାର ଅର୍ଥ ବୁଝାଯାଏ ଯେ, ଉକ୍ତ ସ୍ଥାନରେ ଅନ୍ୟ ଗାଡ଼ିକୁ ଓଭରଟେକ୍‌ କରିବା ଅଧିକ ବିପଦଜନକ ।
ଅଧିକାଂଶ ସମୟରେ ଆମକୁ ରାସ୍ତାର ଏସବୁ ନିୟମ ଜଣା ନ ଥିବାରୁ ଦୁର୍ଘଟଣା ଘଟୁଛି । ତେଣୁ ଏହିସବୁ ନିୟମ ପାଳନ କରି ଯଦି ଆମେ ଯାତ୍ରା କରିବା ତେବେ ଦୁର୍ଘଟଣାରୁ ଆମେମାନେ ବର୍ତ୍ତି ପାରିବା ।

Leave A Reply

Your email address will not be published.