କନ୍ଦମୂଳ ରାବିଡ଼ି

0

ସାମଗ୍ରୀ- ୨୫୦ଗ୍ରାମ୍‌ କ୍ଷୀର, ୧କପ୍‌ ସିଝା କନ୍ଦମୂଳ ଜୁସ୍‌, ୧ ଚାମଚ୍‌ ବାଦାମ ରସ, ୨ଟି ଗୁଜୁରାତି, ଅଧା ଚାମଚ ଚିନି, ଅଳ୍ପ କେଶର, ଅଧା ଚାମଚ ଲହୁଣୀ ଏବଂ ଆବଶ୍ୟକ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ୨୫୦ ଗ୍ରାମ୍‌ କ୍ଷୀର ନେଇ ଭଲଭାବରେ ସିଝାନ୍ତୁ । ସିଝା ହୋଇଥିବା କ୍ଷୀରରେ କନ୍ଦମୂଳ ଜୁସ୍‌କୁ ମିଶାଇ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ସେଥିରେ କେଶର, ଗୁଜୁରାତି, ଚିନି ଏବଂ ଆବଶ୍ୟକ ଅନୁୟାଯୀ ଲୁଣ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କମ୍‌ ଆଞ୍ଚରେ ପାଖାପାଖି ୪ରୁ ୫ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ । ଧ୍ୟାନ ରଖିବେ ଯେପରି ଏହା ପୋଡ଼ିନଯାଏ । ଏହାପରେ ଆଞ୍ଚରୁ ଓହ୍ଲାଇ ସେଥିରେ କାଜୁ ବାଦାମ ପକାଇ କିଛି ସମୟ ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ । ପ୍ରାୟ ୧ଘଣ୍ଟା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କନ୍ଦମୂଳ ରାବିଡ଼ି ।

Leave A Reply

Your email address will not be published.