କନ୍ଧମାଳରେ ୪ କୋଟି ଟଙ୍କା ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

0

କନ୍ଧମାଳ, ୨୪/୨: କନ୍ଧମାଳ ଜିଲ୍ଲା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଲେଶପଟ୍ଟା ଶଙ୍କରାଚାର୍ୟ୍ୟୃ ସଂସ୍କୃତ କନ୍ୟାଶ୍ରମରରେ ୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍ ଓ ଉଦଘାଟନ କରିଛନ୍ତି। ଏହି ସମୟରେ ସେ ସାଇନ୍ସ ଲାବୋରେଟୋରୀ, ଲାଇବ୍ରେରୀ, ଶୌଚାଳୟ ଓ ସ୍କୁଲ ବସର ଉଦଘାଟନ କରିଛନ୍ତି। ଏହା ସହିତ କନ୍ୟାଶ୍ରମରେ ନୂତନ ଛାତ୍ରୀନିବାସ ଓ ଶ୍ରେଣୀଗୃହର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଏହି ଅବସରରେ ସେ କହିଛନ୍ତି ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ ଆଦିବାସୀ ଗରିବଙ୍କ ପାଇଁ ସମର୍ପିତ ଥିଲା । ସମସ୍ତେ ସ୍ୱାମିଜୀଙ୍କର ଆଶୀର୍ବାଦର ଭିକ୍ଷାର୍ଥୀ ଥିଲେ । ସ୍ୱାମୀଜୀଙ୍କର ମାଗଦର୍ଶନ ସମସ୍ତଙ୍କୁ ମିଳୁଥିଲା। ଏ ଜିଲ୍ଲାର ବିକାଶ ପାଇଁ ଗୋଟେ ମଞ୍ଜି ପୋତାଯାଇଥିଲା ଏବଂ ବିକାଶର ମୂଳ ସର୍ତ ଥିଲା ମଣିଷ ଠିକ୍ ହେଲେ ସମାଜ ଠିକ୍ ହେବ । ସ୍ୱାମୀଜୀ ଏହି ମୂଳ ମଞ୍ଜି କଥାକୁ ବୁଝିଥିଲେ । ପୁରୁଷଙ୍କ ଅପେକ୍ଷା ନାରୀକୁ ଅଧିକ ଗୁରୁତ୍ୱ ଦିଆଯାଉ ଏ ଦୃଢ କଥାକୁ ବହୁ ବର୍ଷ ପୂର୍ବରୁ ବୁଝିଥିବା କାରଣରୁ ଜଳେଶପଟା କନ୍ୟାଶ୍ରମ ତିଆରି ହୋଇପାରିଥିଲା । ସ୍ୱାମୀଜୀଙ୍କ ସଂସ୍କାର ଓ ବଳିଦାନକୁ ତଳେ ପକାଇ ଦେବା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନ୍ଧମାଳର ଜଲେଶପଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ୟ୍ୟଟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କନ୍ଧମାଳ ଜିଲ୍ଲାରେ ଶିକ୍ଷା, ଚାଷ, ସ୍ୱାବଲମ୍ବନ, ସ୍ୱାଭିମାନ, ସଂସ୍କୃତି, ସବୁ ପ୍ରସଙ୍ଗ ସ୍ୱାମୀଜୀଙ୍କର ଅନ୍ତରର ପ୍ରିୟ ବିଷୟ ଥିଲା । ଆଦିବାସୀ ସ୍ୱାବଲମ୍ବୀ ହେବା ସହ ସଂସ୍କୃତରେ ପାଠ ପଢୁ, ଏ ପ୍ରକାର ଅନେକ ସଂସ୍କାର ପାଇଁ ସେ ତାଙ୍କ ଜୀବନକୁ ନିୟୋଜନ କରିଥିଲେ । ଅରାଷ୍ଟ୍ରୀୟ ଶକ୍ତି ମାନଙ୍କର ଆକ୍ରୋଶର ଶିକାର ହୋଇ ସ୍ୱାମୀଜୀଙ୍କୁ ବଳିଦାନ ଦେବାକୁ ପଡିଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୁଇ ରୁ ୫ କୋଟି ଟଙ୍କାର ଭୌତିକ ସମ୍ପତି ନିର୍ମାଣ କରି ସ୍କୁଲ, ଲାବରୋଟୋରୀ , ବସ କରି ସ୍ୱାମୀଜୀଙ୍କ କାମକୁ ଅଙ୍କାଯାଇ ପାରିବ ନାହିଁ । ସ୍ୱାମୀଜୀଙ୍କର ଅବଦାନ, ବଳିଦାନ ଓ ସଂସ୍କାର ୨ କିମ୍ବା ୫ କୋଟି ଟଙ୍କାରେ ଆକଳନ କରାଯାଇପାରିବ ନାହିଁ ।

ଏକବିଂଶ ଶତାବ୍ଦିରେ ଝିଅମାନେ ଏହାର ସଦୂପଯୋଗ କରି ନୂଆ କନ୍ଧମାଳ ତିଆରି କରିବେ । କନ୍ଧମାଳର ନୂଆ ନାଁ ହେବ । ଝିଅମାନେ ସ୍ୱାବଲମ୍ବୀ ଓ ସଂସ୍କାରୀ ହେବା ସହ ଓଡିଶାକୁ ଦିଗଦର୍ଶନ ଦେବେ ଏବଂ ନେତୃତ୍ୱ ନେବେ ଓ ଭାରତ ବର୍ଷର ନାଁ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ।

Leave A Reply

Your email address will not be published.