କମଲଙ୍କ ହାତରେ ମଧ୍ୟ ପ୍ରଦେଶ ଶାସନଭାର

0

ଭୋପାଳ, ୧୭/୧୨: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ କମଲନାଥ ଆଜି ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କମଲନାଥ ମଧ୍ୟପ୍ରଦେଶ ଛିନ୍ଦୱାଡା ସଂସଦୀୟ କ୍ଷେତ୍ରରୁ ଲଗାତାର ୯ ଥର ଲୋକସଭା ସାଂସଦ ଭାବେ ମନୋନୀତ ହୋଇଛନ୍ତି ।
କମଲନାଥଙ୍କ ସପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ମଲ୍ଲିକାର୍ଜୁନ ଖଡଗେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ । ମଧ୍ୟ ପ୍ରଦେଶ ବିଧାନସଭା ପାଇଁ ୨୮ ନଭେମ୍ବରରେ ମତଦାନ ହୋଇଥିଲା ଏବଂ ୧୧ ଡିସେମ୍ବରରେ ର୍ନିବାଚନର ଫଳାଫଳ ବାହାରିଥିଲା । ୨୩୦ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୧୪ ଟି ଆସନରେ ବିଜୟୀ ହୋଇଥିଲା । ତେବେ ମ୍ୟାଜିକ ନମ୍ବର ୧୧୬ ହୋଇଥିବାରୁ ବିଏସପି ଓ ସମାଜବାଦୀ ପାର୍ଟି କଂଗ୍ରେସକୁ ସମର୍ଥନ ଦେବା ପାଇଁ ଘୋଷଣା କରିବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବାର କ୍ଷମତା ହାସଲ କରିଥିଲାଛ ତେବେ ବିଜୟ ହାସଲ କରିବା ପରେ ମଧ୍ୟ କଂଗ୍ରେସର ଦୁର୍ବିଧା କମିନଥିଲା । କମଳନାଥ ଓ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟର ମୁଖ୍ୟମନ୍ତ୍ରୀ ପଦବି ପାଇଁ ବହୁ ବିଚାର ବିମର୍ଶ କରାଯିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶେଷରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀର ଦାୟୀତ୍ୱ ଭାର କମଲନାଥଙ୍କ ହାତକୁ ଟେକି ଦେଇଥିଲେ ।

Leave A Reply

Your email address will not be published.