ଭୁବନେଶ୍ୱର ,୧୦/୧: କମିଶନରେଟ ପୋଲିସ ଏକାଦଶତମ ପ୍ରତିଷ୍ଠା ଦିବସ ଆଜି ସପ୍ତମ ବାଟାଲିୟନର ପରେଡ ପଡିଆରେ ପାଳିତ ହୋଇଛି । ସେରିମୋନିଆଲ ପରେଡରେ ମୁଖ୍ୟ ଅତିଥି ଭାବରେ ପୋଲିସ ଡିଜି ଆର.ପି.ଶର୍ମା ଯୋଗ ଦେଇ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଭୁବନେଶ୍ୱରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀରେ ଦୁଇଟି ପୋଲିସ ଜିଲ୍ଲାର ପ୍ରସ୍ତାବ କମିଶନରେଟ ପୋଲିସ ନିକଟରେ ଶ୍ରୀ ଶର୍ମା ଉପସ୍ଥାପନ କରିଥିଲେ । ଏହା ସହ ପୋଲିସଙ୍କୁ ସହନଶୀଲତା ଓ ସମ୍ବେଦନଶୀଳ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ରାଜଧାନୀର ବସ୍ତି ପ୍ରତି କମିଶନରେଟ ପୋଲିସ ଫୋକସ ରହିବା ନେଇ ମଧ୍ୟ ସେ ମତପ୍ରକାଶ କରିଛନ୍ତି । ଏହି ଅବସରରେ ୨୧ ଜଣ ପୋଲିସ କର୍ମଚାରୀଙ୍କୁ ଆୱାର୍ଡ ପ୍ରଦାନ କରାଯାଇଛି ।