କମୁଛି ପ୍ରିୟଙ୍କାଙ୍କ ବ୍ରାଣ୍ଡ୍‌ଭାଲ୍ୟ

0

ନିକଟରେ ଅନେକ ଫିଲ୍ମ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ବିବାହ ପରେ ଏହି ଅଭିନେତ୍ରୀମାନଙ୍କ ବ୍ରାଣ୍ଡଭାଲୁ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ଦେଖା ଯାଇ ନ ଥିବା ବେଳେ କିନ୍ତୁ ପ୍ରିୟଙ୍କାଙ୍କ ବ୍ରାଣ୍ଡଭାଲୁ୍ୟରେ ପରିବର୍ତ୍ତନ ଦେଖାଯାଇଛି । ନିକଟରେ ହୋଇଥିବା ଏକ ତର୍ଜମାରୁ ଜଣା ପଡ଼ିଛି ଯେ ବିବାହ ପରେ ପ୍ରିୟଙ୍କାଙ୍କ ବ୍ରାଣ୍ଡ ଭାଲୁ୍ୟ କମିଛି । ତେବେ ଇଣ୍ଡଷ୍ଟ୍ରୀରେ ଖାଲି ହେଉଥିବା ଯାଗାକୁ ପୂରଣ କରିବାକୁ ଯାଉଛନ୍ତି ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ୍‌ ଦିଶା ପଟ୍ଟାନୀ । ଦିଶା ଇଣ୍ଡଷ୍ଟ୍ରୀରେ ପାଦ ଦେବା ଦିନଠାରୁ ହିଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । କେତେବେଳେ ନିଜ ଲଭ୍‌ଲାଇଫ୍‌ ତ ଆଉ କେତେବେଳେ ତାଙ୍କ ଫ୍ୟାଶନ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ଦିଶା ଅପ୍‌ ଲୋଡ୍‌ କରିଥିବା ଫଟୋ ସୋସାଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ମଧ୍ୟ ହେଉଛି । ନିକଟରେ ସେ ଏକ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡର ଘଡ଼ି ଓ ଜୁଏଲରୀ ଲଞ୍ଚ କରିଥିଲେ । ସେମଟେ ଏମିତି କିଛି ଗୁଜବ ଶୁଣିବାକୁ ମିଳୁଛି ଯେ ଦିଶା ସଲମାନଙ୍କ ସହ କାମ କରିବା ପରଠାରୁ ଦିଶାଙ୍କ କ୍ରେଜ୍‌ କୁଆଡ଼େ ବଢ଼ିବାକୁ ଲାଗିଛି । ପ୍ରିୟଙ୍କା ବିବାହ ପରଠାରୁ ଏବେ ବିଦେଶରେ ସ୍ୱାମୀଙ୍କ ହସ ହଲି-ଡେ ମନାଉଛନ୍ତି। ହଲିଉଡ୍‌ ଫିଲ୍ମ ‘ଇଜ୍‌ ନଟ୍‌ ଇଟ୍‌ ରୋମାଣ୍ଟିକ୍‌’ରେ ନଜର ଆସିଥିବାବେଳେ ଆଗାମୀ ଦିନରେ ପ୍ରିୟଙ୍କା ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ନଜର ଆସିବେ ।

Leave A Reply

Your email address will not be published.