କମ୍ପୁଟର ଯୋଗାଯୋଗ ଉପରେ ନଜର ରଖିବାର କ୍ଷମତା ପାଇଲେ ୧୦ ଏଜେନ୍ସି

ନୂଆଦିଲ୍ଲୀ, ୨୧/୧୨ : ଇଣ୍ଟେଲିଜେନ୍ସ ବ୍ୟୁରୋଠାରୁ ଆରମ୍ଭ କରି ଏନଆଇଏ ପର୍ଯ୍ୟନ୍ତ ଏହି ୧୦ ଟି କେନ୍ଦ୍ରୀୟ ଏଜେନ୍ସି ଏବଂ ସିକ୍ୟୁରିଟି ଏଜେନ୍ସି ଏଣିକି ଯେକୌଣସି କମ୍ପ୍ୟୁଟରରେ ଷ୍ଟୋର ହୋଇଥିବା, ଗ୍ରହଣ କରାଯାଇଥିବା ବା ପ୍ରସାରିତ ହୋଇଥିବା ସୁଚନାକୁ ଆକସେସ୍‌ କରି ପାରିବେ । ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ଏକ ନିର୍ଦେଶନାମା ଅନୁଯାୟୀ, ୧୦ଟି ଏଜେନ୍ସିକୁ ଯେ କୌଣସି କମ୍ପୁ୍ୟଟରର ସୂଚନା ଆକସେସ୍‌ କରିବାର କ୍ଷମତା ପ୍ରଦାନ କରାଯାଇଛି । ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି କ୍ଷମତାପ୍ରାପ୍ତ ଏଜେନ୍ସିମାନେ ଯେ କୌଣସି କମ୍ପ୍ୟୁଟରରେ ପ୍ରସ୍ତୁତ ହୋଇଥିବା, ପ୍ରସାରିତ ହୋଇଥିବା, ଗ୍ରହଣ କରାଯାଇଥିବା ବା ଷ୍ଟୋର୍‌ ହୋଇଥିବା ଯେ କୌଣସି ସୂଚନାକୁ ଅଟକ, ତନଖି ଓ ପୁନର୍ବିନ୍ୟାସ (ଇଣ୍ଟର୍ସେପଫ୍‌, ମନିଟର୍‌ ଓ ଡିକ୍ରାଇପଫ୍‌) କରିପାରିବେ । ଏହି ଏଜେନ୍ସିଗୁଡିକ ମଧ୍ୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାକ୍ରୋଟିକ୍ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ, ଏନେ®ାର୍ସମେଣ୍ଟ୍‌ ଡାଇରେକେଫାରେଟ୍‌ , ସେଣ୍ଟ୍‌ ବୋର୍ଡ ଅଫ୍‌ ଡାଇରେକଫ୍‌ ଟ୍ୟାକ୍ସେସ୍‌ , ଡାଇରେକେଫାରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନେ¶ଷ୍ଟିଗେସନ୍‌, ନେସ୍ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି , କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ (ର’) , ଡାଇରେକେଫାରେଟ୍‌ ଅଫ୍‌ ସିଗ୍ନାଲ୍‌ ଇଣ୍ଟେଲିଜେନ୍ସ୍‌ (ଫର୍‌ ସର୍ଭିସ୍‌ ଏରିଆଜ୍‌ ଅଫ୍‌ ଜମ୍ମୁ ଆଣ୍ଡ୍‌ କଶ୍ମୀର, ନର୍ଥ-ଇଷ୍ଟ୍‌ ଆଣ୍ଡ୍‌ ଆସମ ଓନ୍ଲି), କମିସନର୍‌ ଅଫ୍‌ ପୋଲିସ୍‌, ଦିଲ୍ଲୀ ର ନାମ ସାମିଲ ଅଛି । ଏହି ଆଦେଶ ଅନୁଯାୟୀ, ସମସ୍ତ ଗ୍ରାହକ ବା ସେବା ପ୍ରଦାନକାରୀ ଏବଂ କମ୍ପ୍ୟୁଟର ସମ୍ବଳ ଦାୟୀତ୍ୱରେ ଥିବା ଯେ କୌଣସି ବ୍ୟକ୍ତି ଏହି ୧୦ ଟି ତାଲିକାଭୁକ୍ତ ଏଜେନ୍ସିକୁ ଯାଞ୍ଚ ସମୟରେ ସହାୟତା ଯୋଗାଇବେ । ନଚେତ୍‌ ସେମାନଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ଜରିମାନା ଭୋଗିବାକୁ ପଡିବ । ଗୃହ ମନ୍ତ୍ରାଳୟ ଆଇଟି ଆକଫ, ୨୦୦୦ ର ୬୯(୧) ଅଧିନରେ ଏହି ଆଦେଶ ଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା କି, ଭାରତର ଏକତା ଏବଂ ଅଖଣ୍ଡତା ବ୍ୟତିତ ଦେଶର ସୁରକ୍ଷା ଏବଂ ଶାସନ ବ୍ୟବସ୍ଥା ବଜାୟ ରଖିବା ପାଇଁ ଆବଶ୍ୟକ ସ୍ଥଳେ ସରକାର ଯେକୌଣସି ଏଜେନ୍ସିକୁ ଯାଞ୍ଚ ପାଇଁ ଆପଣଙ୍କ କମ୍ପ୍ୟୁଟର ଆକସେସ୍‌ କରିବାର କ୍ଷମତା ପ୍ରଦାନ କରିପାରିବେ ।