କରନଙ୍କ ସହ କଫି ପିଇବେ ବାହୁବଲି

0

ମୁମ୍ବାଇ,୧୦/୧୨ : କରନ ଜୋହରଙ୍କ ଲୋକପ୍ରିୟ ଚାଟ ଶୋ’ ‘କଫି ୱିଥ୍‌ କରନ’ରେ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳେ । ତେବେ ଅନେକ ଲୋପ୍ରିୟତା ହାସଲ କରିଥିବା ଏହି ଶୋ’ରେ ପ୍ରଥମ ଥର ପାଇଁ ନଜର ଆସିବେ ‘ବାହୁବଲି’ । ସୂଚନା ମିଳିଛି କି ଖୁବ୍‌ ଶୀଘ୍ର ଏହି ଶୋ’ ରେ ‘ବାହୁବଲି’ର ଟିମ୍‌କୁ ଦେଖିବାକୁ ମିଳିବ । ପ୍ରଭାସ, ରାଣା ଦଗୁବତୀ ଏବଂ ଏସ ରାଜମୌଲୀ କରନଙ୍କ ଏହି ଶୋରେ ଏକତ୍ର ନଜର ଆସିବେ । ତେବେ ଯଦି ଏପରି ହୁଏ ତାହେଲେ ପ୍ରଥମ ଥର ପାଇଁ କଫି ୱିଥ୍‌ କରନରେ ତେଲୁଗୁ ଇଣ୍ଡଷ୍ଟ୍ରୀର ଷ୍ଟାରସ୍‌ଙ୍କୁ ଦେଖିବାକୁ ପାଇବେ ଦର୍ଶକ ।
ବାହୁବଲି ଟିମ୍‌ ସହ କରନଙ୍କ ଏହି ଏପିସୋଡ ଚଳିତ ମାସର ଶେଷ ଆଡକୁ ଟେଲିକାଷ୍ଟ ହୋଇପାରେ ବୋଲି କୁହାଯାଉଛି । ତେବେ ଏହି ଶୋ’ରେ ପ୍ରଭାସ, ରାଣା ଏବଂ ରାଜମୌଲି ବାହୁବଲି ଫିଲ୍ମ ସହ ଜଡିତ କେତେକ ବଡ ତଥ୍ୟ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏହି କଥାର କୌଣସି ପୃଷ୍ଟି କରାଯାଇନଥିଲେ ମଧ୍ୟ କରନଙ୍କ ଏକ ଟୁଇଟ୍‌ ମାଧ୍ୟମରେ ଏହାର ଆକଳନ କରାଯାଉଛି । କରନ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି କି, ସେମାନେ ‘କଫି ୱିଥ୍‌ କରନ’ ଶୁଟ କରିବାକୁ ଆସୁଛନ୍ତି । ଏଥିପାଇଁ ମୁଁ ନିଜକୁ ବହୁତ ସୌଭାଗ୍ୟଶାଳୀ ଅନୁଭବ କରୁଛି । ଆପଣ ଅନୁମାନ କରି ପାରିବେକି? ବର୍ତ୍ତମାନ କରନ ଜୋହରଙ୍କ ‘କଫି ୱିଥ୍‌ କରନ’ର ସିଜନ-୬ ଚାଲିଛି । ଏହି ସିଜନରେ ଏବେ ସୁଦ୍ଧା ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ଅର୍ଜୁନ କପୁର, ଜାହ୍ନବୀ କପୁରଙ୍କ ବ୍ୟତୀତ ଅନେକ ସେଲିବ୍ରିଟିଙ୍କ ନାମ ସାମିଲ ଅଛି ।

Leave A Reply

Your email address will not be published.