ସାମଗ୍ରୀ- କଳମ ଶାଗ- ୩୦୦ ଗ୍ରାମ, ରସୁଣ- ୮ ରୁ ୧୦ ଟି କୋଲା, ପିଆଜ- ୧ଟି, କଞ୍ଚାଲଙ୍କା- ୨ ରୁ ୩ ଟି , ସୋରିଷ ତେଲ- ୧ ଟେବୁଲ ଚାମଚ, ଶୁଖିଲା ଲଙ୍କା- ୨ ଟି, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ- ପ୍ରଥମ ଶାଗକୁ ଭଲ ଭାବରେ ବାଛି ଧୋଇ ଦିଅନ୍ତୁ ।ପରେ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏବେ ରସୁଣକୁ ଅଳ୍ପ ଛେଚି ନିଅ;ୁ ଓ ପିଆଜକୁ ସରୁ ସରୁ କାଟି ରଖନ୍ତୁ । ପରେ କଞ୍ଚାଲଙ୍କାକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଏବେ କରେଇରେ କଳମ ଶାଗରେ ଲୁଣ ପକାଇ ଅଧା ସିଝା ହେବା ଯାଏଁ ରାନ୍ଧନ୍ତୁ । ଶାଗରେ ଅଳ୍ପ ଲୁଣ ପକାଇବା ଭଲ । ଅଧା ସିଝା ହେଲା ପରେ ଏବେ ଶାଗକୁ ଗୋଟିଏ ପାତ୍ରରେ କାଢି ନିଅନ୍ତୁ । ପରେ କରେଇରେ ତେଲ ଗରମ କରନ୍ତ । ଏଥିରେ ଶୁଖୁଲା ଲଙ୍କା ଓ ରସୁଣ ଛେଚା ପକାଇ ଭାଜନ୍ତୁ । ରସୁଣ ଟିକିଏ ଲାଲ ହେଲା ପରେ ସେଥିରେ ପିଆଜ ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ ସେଥିରେ ଅ ଧା ସିଝା କଳମ ଶାଗକୁ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏହାକୁ ଘୋଡାଇ ଦିଅନ୍ତୁ । ଶାଗ ଭଲ ଭାବରେ ସିଝିଗଲା ପରେ ଓହ୍ଲାଇ ନେଇ ଗରମ ଗରମ ପରସନ୍ତୁ ।
Prev Post
Next Post