ପ୍ରତିଦିନ ୟୁଟୁ୍ୟବରେ ବହୁ ପରିମାଣରେ ଭିଡ଼ିଓ ଅପ୍ଲୋଡ୍ ହେଉଛି । ଅନେକ ଅଯଥା କଥାକୁ ବି ଲୋକମାନେ ଅପଲୋଡ୍ କରିଥାନ୍ତି । ଏହି କାରଣରୁ ବହୁ ଭଲ ଭିଡ଼ିଓ ଓ କଳାକାରମାନେ ଅପଲୋଡ୍ କରୁଥିବା ଭିଡ଼ିଓ ଅଣଦେଖା ହୋଇଯାଉଛି । ଏବେ ଏ ବିଷୟରେ ୟୁଟୁ୍ୟବ୍ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଭଲ ଭିଡ଼ିଓ ଓ କଳାକାରମାନଙ୍କର ଭିଡିଓକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଟ୍ରେଣ୍ଡିଂ ଟ୍ୟାବରେ କଳାକାରମାନଙ୍କର ଭିଡିଓକୁ ପ୍ରଦର୍ଶିତ କରାଇବ ।
ପ୍ରତି ସପ୍ତାହରେ ୪ ଜଣ ନୂଆ କଳାକାରଙ୍କୁ ୟୁଟୁ୍ୟବ୍ରେ ପ୍ରାଥମିକତା ଦିଆଯିବ । କଳାକାରମାନଙ୍କର ସବସ୍କ୍ରାଇବର ସଂଖ୍ୟା ୧ହଜାର ହେବା ଦରକାର । ସପ୍ତାହ ସାରା ଏହି କଳାକାରମାନଙ୍କର ଭିଡିଓ ଟ୍ୟାବରେ ରହିବ । ଏହାଦ୍ୱାରା କଳାକାରମାନେ ନିଜର ଫ୍ୟାନଙ୍କ ନିକଟରେ ପହଞ୍ଚିବାରେ ସମର୍ଥ ହେବେ ।
Prev Post
Next Post