କାଠମାଣ୍ଡୁ ଦୁର୍ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁ: ଓଡିଆ ତୀର୍ଥଯାତ୍ରୀଙ୍କ ସାହାଯ୍ୟ ନେଇ ଅପିଲ କଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର,୧୧/୬:ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶଭ୍ରମଣ୍ୟମ ଜୟଶଙ୍କରଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ଡା.ଜୟଶଙ୍କରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଏହି ବସ ଦୁର୍ଘଟଣାରେ ଓଡିଶାର ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର କିଛି ଯାତ୍ରୀ ଥିବାବେଳେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତିତ ଅନ୍ୟ କେତେକ ଯାତ୍ରୀମାନେ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସେଠାକାର ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ସେ ଡା.ଜୟଶଙ୍କରଙ୍କୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଲୋଡି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥା କରିବା ନେଇ ଅନୁରୋଧ କରିଛନ୍ତି । ଖୋର୍ଦ୍ଧା ଓ ପୁରୀ ଅଂଚଳରୁ ଆସିଥିବା ତୀର୍ଥଯାତ୍ରୀଙ୍କ ପରିବାର ସହ ଯୋଗାଯୋଗରେ ଥିବା ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.