କାନ୍ଥରେ ପରିସ୍ରା ପଡ଼ିବ ଭାରି!

0

ପ୍ରାୟତଃ ଦେଖାଯାଏ ଲୋକେ ଯେକୌଣସି ଜାଗା କିମ୍ବା ପାଚେରୀ କଡ଼ରେ ପରିସ୍ରା କରିଥାନ୍ତି । ବହୁତ ଜାଗାରେ ବାରଣ ଲେଖା ହୋଇଥିଲେ ମଧ୍ୟ ଲୋକେ ତାକୁ ଅଣଦେଖା କରିଦେଇଥାନ୍ତି । ଏପରି ଲୋକଙ୍କୁ ଯେତେ ମନା ମଧ୍ୟ ସେମାନେ ତାଙ୍କ ଏ ଖରାପ ଅଭ୍ୟାସରୁ ଓହରନ୍ତି ନାହିଁ । ଏପରି ଲୋକଙ୍କ ସହ ମୁକାବିଲା କରିବା ପାଇଁ ଏକ ଅଭିନବ ପାଚେରୀ ତିଆରି କରାଯାଇଛି ଯାହା ପାଚେରୀରେ ପରିସ୍ରା କରୁଥିବା ଲୋକକୁ ହିଁ ଓଦା କରିଦେବ ।
ଏମିତି ପାଚେରି ଜର୍ମାନୀର ହେମବର୍ଗର ସେଣ୍ଟପାଲିରେ ତିଆରି କରାଯାଇଛି । ନାଇଟକ୍ଲବ ଅଂଚଳର ଲୋକେ ସେପରି ଲୋକଙ୍କୁ ଶିକ୍ଷା ଦେବା ପାଇଁ ଏପରି ଏକ ନୂତନ କୌଶଳର ବ୍ୟବହାର କରିଥିଲେ । ଯଦି ଆପଣ ମାନେ ଏପରି କରୁଛନ୍ତି ତେବେ ଜର୍ମାନୀରେ ଏପରି କରିପାରିବେ ନାହିଁ । ଏଥିପାଇଁ ଲୋକ ମାନେ ଏକ ନୂଆ ଆଇଟେକ ପୋର୍ଟ ବ୍ୟବହାର କରୁଛନ୍ତି ଏହି ୱାଲପେଣ୍ଟ ନିଜ ଉପରେ ପଡୁଥିବା କୌଣସି ତରଳ ପଦର୍ଥକୁ ଓଲଟା ଫିଙ୍ଗୁ ଥିବା ଲୋକଙ୍କ ଆଡକୁ ଛାଟି ଦେଇଥାଏ । ନାଇଟକ୍ଲବ ଡିସ୍‌ଟିକଫ ର ଏକ ସ୍ଥାନୀୟ ସଂଗଠନ ସେଠାର ଦୁଇଟି ପ୍ରସିଦ୍ଧ୍ୟ ମୋହଲରେ ସ୍ୱତନ୍ତ୍ର ପାଣିଦ୍ୱାରା ରିଫ୍ଲେକଫ ଏହି ଚୁନକୁ ଲେପନ କରାଯାଇଛି । ଏହି ଚୁନର ବ୍ୟବହାର ସିପ୍‌ ବିଲଡିଙ୍ଗ ରେ ମଧ୍ୟ ବ୍ୟବହାର କରାଯାଉଛି । ଦେଖିବାକୁ ଗଲେ ଆପଣ ବୁଝି ପାରିବେ ଯେ : ପାଚେରୀରେ ପରିସ୍ରା କରୁଥିବା ଲୋକଙ୍କୁ ଏହା ଜବାବ ଦେଇଥାଏ କି ସେମାନେ ଭୁଲ କରୁଛନ୍ତି । ଏହି ଚୁନ ପାଚେରୀରେ ବ୍ୟବହାର ଦ୍ୱାରା ଖାଲି ପାଚେରୀ ସୁରକ୍ଷିତ ରହିବ ତା ନୁହଁ ଏହା ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ଦେଉଛି ।

Leave A Reply

Your email address will not be published.