ପାଟ୍ନା, ୧/୧: ବିହାର ମୁଜାଫରନଗରର ଏକ ସ୍ନାକ୍ସ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ୩ ଜଣଙ୍କ ପତ୍ତା ମିଳୁନାହିଁ ।
ମୁଜାଫରନଗରସ୍ଥ ଚକ୍ ନୁରନ ଗ୍ରାମର ଏହି କାରଖାନାରେ ଅଚାନକ ନିଆଁ ଲାଗିଯିବା ପରେ ୧୫ ଜଣ ଲୋକ ଜୀବନ ନେଇ ବାହାରକୁ ଚାଲିଆସିଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଓ ୩ ଜଣଙ୍କର କୌଣସି ଖୋଜ୍ଖବର ମିଳିନଥିଲା । ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ସେମାନଙ୍କ ପରିଚୟ ପାଇବା କଷ୍ଟକର ହୋଇପଡ଼ିଛି । ତେବେ ଅର୍ଦ୍ଧଦU ଆହତମାନଙ୍କୁ ନିକଟସ୍ଥ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
Prev Post