କାଳିଆକୁ ଦର୍ଶନ କଲେ ମନୀଷା କୋଇରାଲା

ପୁରୀ ,୩/୧୨: ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସୋମବାର ସକାଳେ ମନୀଷା ଶ୍ରୀମନ୍ଦିରରେ ପହଞ୍ଚଥିଲେ। ଏହାପରେ ସେ ତାଙ୍କ କୌଳିକ ପଣ୍ଡାଙ୍କୁ ସାକ୍ଷାତ୍‌ କରିଥିଲେ। ସେତେବେଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ ହୋଇ ନ ଥିଲା । କିଛି ସମୟ ଅପେକ୍ଷା କରି ଠାକୁରଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ମନୀଷାଙ୍କୁ ମନ୍ଦିର ଭିତରେ ଅନ୍ୟ ଦର୍ଶନାର୍ଥୀମାନେ ପ୍ରାୟତଃ ଜାଣିପାରି ନ ଥିଲେ। ସେ ମଧ୍ୟ ଜଣେ ସାଧାରଣ ଦର୍ଶନାର୍ଥୀ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ।

SBI AD