କାଶ୍ମୀର ଅଭିମୁଖେ ଧୋନୀ, ବୁଧବାରଠୁ ଆରମ୍ଭ ହେବ ଆର୍ମି ଟ୍ରେନିଂ

0

ନୂଆଦିଲ୍ଲୀ,୩୦/୭: ଭାରତୀୟ ଦଳର ଓ୍ଵିକେଟ୍ କିପର ଏମଏସ ଧୋନୀ ଆର୍ମି ଟ୍ରେନିଂ ପାଇଁ କାଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି। ଖବର ମୁତାବକ ଧୋନୀ ଶ୍ରୀନଗର ପାଇଁ ଉଡ଼ାଣ ଭରିଛନ୍ତି। ବିମାନବନ୍ଦରରେ ଧୋନୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଫଟୋରେ ଧୋନୀ କଳା ଟି ସାର୍ଟ ଏବଂ ଆର୍ମି କାର୍ଗୋଟ୍ ପ୍ୟାଣ୍ଟ ପିନ୍ଧିଛନ୍ତି। ଧୋନୀ କାନ୍ଧରେ ଏକ ଆର୍ମି ବ୍ୟାଗ ମଧ୍ୟ ଧରିଛନ୍ତି।

ଉଲ୍ଲେଖଯୋଗ୍ୟ, ଧୋନୀଙ୍କ ପୋଷ୍ଟିଂ କାଶ୍ମୀରରେ ଓ୍ଵିକ୍ଟର ଫୋର୍ସ ସହିତ ହେବ। ଧୋନୀ ମଧ୍ୟ ଏହି ପୋଷ୍ଟିଂ ପାଇଁ ଦାବି କରିଥିଲେ, ଯାହାକୁ ମୁଖ୍ୟାଳୟ ତରଫରୁ ମଞ୍ଜୁରୀ ଦିଆଯାଇଥିଲା। ସେ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ କାଶ୍ମୀରରେ ରହିବେ। ଧୋନୀ ପେଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବେ ଏବଂ ଯବାନଙ୍କ ସହିତ ରହିବେ।

ଧୋନୀଙ୍କୁ ୨୦୧୧ରେ ଟେରିଟୋରିଆଲ ଆର୍ମିର ଲେଫ୍ଟନାଣ୍ଟ କର୍ଣ୍ଣେଲ ପାହ୍ୟାର ରାଙ୍କିଙ୍ଗ ଦିଆଯାଇଥିଲା। ଏହା ପରେ ୨୦୧୫ରେ ଧୋନୀ ଆଗ୍ରା ଟ୍ରେନିଂ କ୍ୟାମ୍ପରେ ସେନା ବିମାନରୁ ପାରାସୁଟରୁ ଜମ୍ପ ଲଗାଇ କ୍ଵାଲିଫାୟଡ ପାରାସ୍ୟୁଟର ହୋଇଥିଲେ।

ଏମଏସ ଧୋନୀ ସେନାଙ୍କ ସହିତ ଟ୍ରେନିଂ କରିବା ନିଷ୍ପତ୍ତି ନେବା ଅନେକ ବରିଷ୍ଠ କ୍ରିକେଟର ପ୍ରଶଂସା କରିଛନ୍ତି। ପୂର୍ବତନ ବିଶ୍ଵକପ୍ ବିଜେତା ଅଧିନାୟକ କପିଲ ଦେବ ଓ ପୂର୍ବତନ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ଧୋନୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଗମ୍ଭୀର କହିଥିଲେ ଯେ, ଧୋନୀଙ୍କ ଏହି ପଦକ୍ଷେପ ଯୁବ ବର୍ଗଙ୍କୁ ପ୍ରେରିତ କରିବ। ଓ୍ଵେଷ୍ଟଇଣ୍ଡିଜର ଦ୍ରୁତ ବୋଲର ସେଲଡନ କଟ୍ରେଲ ମଧ୍ୟ ଧୋନୀଙ୍କ ଦେଶଭକ୍ତିକୁ ସଲାମ କରିଥିଲେ।

Leave A Reply

Your email address will not be published.