ନୂଆଦିଲ୍ଲୀ, ୧୫/୧୧ : ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ ଆଫ୍ରିଦିଙ୍କ କାଶ୍ମୀର ଉପରେ ଦେଇଥିବା ବୟାନ ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନିଜ ଟିªଣୀ ରଖିଛନ୍ତି । ସେ କହିଛନ୍ତି କି, ଆଫ୍ରିଦି ଠିକ୍ କଥା କହିଛନ୍ତି । ସେମାନେ ପାକିସ୍ତାନକୁ ସମ୍ଭାଳି ପାରୁନାହାନ୍ତିଁ କାଶ୍ମୀରକୁ କ’ଣ ସମ୍ଭାଳିବେ । ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଏକ ଭିଡିଓି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ପାକିସ୍ତାନ ବିପକ୍ଷରେ କହୁଥିବା ନଜର ଆସିଛନ୍ତି । ତେବେ ଏହି ଭିଡିଓଟି ଲଣ୍ଡନର ଏକ କାର୍ଯ୍ୟକ୍ରମର ବୋଲି କୁହାଯାଉଛି । ଏଥିରେ ଆଫ୍ରିଦି କହିଛନ୍ତି କି, ପାକିସ୍ତାନ ନିଜ ଦେଶର ଲୋକଙ୍କୁ ସମ୍ଭାଳି ପାରୁ ନାହିଁ । ସେ କାଶ୍ମୀରକୁ କ’ଣ ସମ୍ଭାଳିବ । ତେଣୁ କାଶ୍ମୀରକୁ ସ୍ୱତନ୍ତ୍ର ଦେଶ ବନାଯାଉ । ତେବେ ଆଫ୍ରିଦିଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଗୃହମନ୍ତ୍ରୀ କହିଛନ୍ତି କି, କାଶ୍ମୀର ଭାରତର ଅଙ୍ଗ ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ । ଛତିଶଗଡର ଏକ କାର୍ଯ୍ୟକ୍ରମରେ ସେ ଏପରି କହିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଆଫ୍ରିଦି କାଶ୍ମୀରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ କି, କାଶ୍ମୀରର ଲୋକଙ୍କୁ ବିନା କାରଣରେ ହତ୍ୟା କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଇମରାନ ଖାନ ମଧ୍ୟ କାଶ୍ମୀରକୁ ନେଇ ନିଜର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଭାରତରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ।