କାଶ୍ମୀର ପ୍ରସଙ୍ଗର ସମାଧାନ ଯୁଦ୍ଧ ନୁହେଁ : ଇମ୍ରାନ

0

ଇସଲାମାବାଦ, ୪/୧୨ : କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟରୁ ବିବାଦ ଚାଲି ଆସିଛି । କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ଥର ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ତେବେ କାଶ୍ମୀର ପ୍ରସଙ୍ଗରେ ଆଉ ଯୁଦ୍ଧ ଚାହୁଁ ନଥିବା ସ୍ପଷ୍ଠ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଯୁଦ୍ଧ ମାଧ୍ୟମରେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ । ଗଣମାଧ୍ୟମର ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି, କାଶ୍ମୀର ପ୍ରସଙ୍ଗ ଯୁଦ୍ଧ ମାଧ୍ୟମରେ ନୁହେଁ ବରଂ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ।
ଯେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବନାହିଁ ସେ ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗକୁ ନେଇ ସମାଧାନର କୌଣସି ବିକଳ୍ପ ଉପରେ ଚର୍ଚ୍ଚା କରାଯାଇପାରିବ ନାହିଁ ବୋଲି ଇମ୍ରାନ ସଫା ସଫା କହିଛନ୍ତି । ଏହି ପ୍ରସଙ୍ଗର ସମାଧାନକୁ ନେଇ ଇମ୍ରାନଙ୍କୁ ପଶ୍ନ କରିବାରୁ ସେ କହିଛନ୍ତି କି, ଏହାର ୨,୩ ଟି ସମାଧାନର ରାସ୍ତା ରହିଛି, ଯାହା ଉପରେ ଚର୍ଚ୍ଚା କରାଯାଉଛି । କି;ୁ ଏହା ଉପରେ ଆଲୋଚନା କରିବାର ସମୟ ଏବେ ଆସିନାହିଁ ବୋଲି ଏହା ଉପରେ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତିି ଇମ୍ରାନ ଖାନ । କେବଳ ସେତିକି ନୁହେଁ ଭାରତ ସହ କୌଣସି ପ୍ରକାର ଯୁଦ୍ଧ କରିବାକୁ ପାକିସ୍ତାନ ଚାହେଁ ନାହିଁ ବୋଲି ପ୍ରକାଶ କରିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ । ପରମାଣୁ ଅସ୍ତ୍ରର ଅଧିକାରୀ ହେଲେ ମଧ୍ୟ ଉଭୟ ଦେଶ ଯୁଦ୍ଧ କରିବ ନାହିଁ । କାରଣ ଏହାର ପରିଣାମ ଖୁବ୍‌ ଭୟଙ୍କର ହୋଇଥାଏ ବୋଲି ସେ କହିଛନ୍ତି । ଭାରତ ସହ ଶାନ୍ତିପୁର୍ଣ୍ଣ ସମ୍ବନ୍ଧ ଚାହୁଁଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.