କାଶ ପାଇଁ ଘରୋଇ କଫ୍‌ ସିରଫ୍‌

0

ଥଣ୍ଡା, ଜ୍ୱର, କାଶ ଏପରି ବେମାରି ଯାହା ଜଳବାୟୁରେ ସମାନ୍ୟ ପରିବର୍ତ୍ତନ ଦେଖାଦିଏ । ମୁଖ୍ୟତଃ ଝୋଟପିଲା ଏହି ବେମାରିରେ ଆକ୍ରାନ୍ତ ହୋଇଥାନ୍ତି । ଏଲୋପାଥି କିମ୍ବା ହୋମିଓପାଥି ମେଡ଼ିସିନ୍‌ ବାରମ୍ଭାର ଖାଇଲେ ମଧ୍ୟ ଶରୀର ଠିକ୍‌ ହୋଇନଥାଏ । ତେବେ ଆପଣ ଘରେ ପ୍ରସ୍ତୁତ କରନ୍ତୁ ଏହି ଘରୋଇ କଫ୍‌ ସିରଫ୍‌ ।
ସାମଗ୍ରୀ-୧୦ରୁ ୧୫ ଟି ତୁଳସୀ ପତ୍ର, ଚିମୁଟେ ଲୁଣ, ଡ଼ାଲଚିନି ପାଉଡ଼ର, ୩ରୁ ୪ ଟି ଲବଙ୍ଗ, ୨-ଟି ଗୋଲମରିଚ, ଖଣ୍ଡେ ଅଦା ଓ ୨ ଚାମଚ୍‌ ମହୁ ।
ପ୍ରଣାଳୀ- ମହୁକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦ୍ରବ୍ୟକୁ ହେମଦସ୍ତାରେ ଦର ଛେଚା କରନ୍ତୁ । ଏହାପରେ ଏକ ଗ୍ଲାସ ପାଣିରେ ଏହାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ିଦିଅନ୍ତୁ ।
ଏବେ ଏଥିରେ ମହୁ ମିଶାଇ ଏହାକୁ ପ୍ରତିଦିନ ଦୁଇ ଚାମଚ୍‌ ଖାଲି ପେଟରେ ପିଅନ୍ତୁ । ଏପରି କରିଲେ ଆପଣଙ୍କ କାଶ, କଫ ଏବଂ ତଣ୍ଟି ଦରଜ ଭଲହେବ ।

Leave A Reply

Your email address will not be published.