ହିମାଞ୍ଚଳ ପ୍ରଦେଶର ପାହାଡୀ କନ୍ୟା ନିଜ ପାରିବା ପଣିଆକୁ ବେଶ୍ ଭଲଭାବେ ପ୍ରତିଫଳିତ କରିପାରିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀରେ । ବଲିଉ୍ଡ ଇଣ୍ଡଷ୍ଟ୍ରୀର କୁଇନ୍ କଙ୍ଗନା ରଣାବତ ଯେ ହିନ୍ଦୀ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଏହି ସଫଳ ନାହିକାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ । କୁହାଯାଉଛି କଙ୍ଗନାଙ୍କ ବାଇଓପିକ୍ଟଇ ଆଜିକାଲିର ଯୁବତୀମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ । ଇଣ୍ଡଷ୍ଟ୍ରୀରେ କଙ୍ଗନା କିପରି ବିନା ଗଡ୍ ଫାଦର ଓ କେବଳ ନିଜ କାର୍ଯ୍ୟ ଦକ୍ଷତା ବଳରେ ସଫଳ ହୋଇଛନ୍ତି ଯାହା ଏ ଫିଲ୍ମରେ ଦର୍ଶାଯିବ । ନିଜ ବାଇଓପିକ୍ ତିଆରି ହେବାକୁ ନେଇ କଙ୍ଗନା ବେଶ୍ ଉତ୍ସାହିତ ଅଛନ୍ତି । ନିଜର ବୋଲï ଓ ବେଫିକର ବୟାନ ପାଇଁ କଙ୍ଗନା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଫିଲ୍ମ ଗ୍ୟାଙ୍ଗ୍ଷ୍ଟାରରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିବା କଙ୍ଗନା ବଲିଉଡ୍ କିସରବୟ ଇମ୍ରାନ୍ ହାସ୍ମିଙ୍କ ସହ ଏକାଧିକ ଫିଲ୍ମ କରିଛନ୍ତି । କିନ୍ତୁ ଫିଲ୍ମ ‘କୁଇନ୍’ ତାଙ୍କ କ୍ୟାରିୟରର ମୁଖ୍ୟ ମୋଡଥିଲା ଯାହା ତାଙ୍କୁ ଇଣ୍ଡଷ୍ଟ୍ରୀରେ ସଫଳତାର ସ୍ୱାଦ ଚଖାଇଲା । ଏହା ପରଠାରୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ କଙ୍ଗନା ଦର୍ଶକଙ୍କୁ ଭେଟି ଦେଇଛନ୍ତି । କଙ୍ଗନାଙ୍କ ବାଇଓପିକ୍କୁ ଲେଖିବାକୁ ଯାଉଛନ୍ତି ବାହୁବଳି ଓ ମଣିକର୍ଣ୍ଣିକାର ଲେଖକ କେବି ବିଜେନ୍ଦ୍ର । କଙ୍ଗନାଙ୍କ ସଂଘର୍ଷମୟ ଜୀବନ, ନାଁରେ ଉଠିଥିବା ଅନେକ ବିବାଦ ଓ ତାଙ୍କ ପିଲାବେଳର ପ୍ରତିଟି ଶ୍ରୁତି ଏ ଫିଲ୍ମରେ ସ୍ଥାନ ପାଇବ । ସେପଟେ ବାଇଓପିକ୍ରେ କଙ୍ଗନାଙ୍କ ବାପା ଅରମରଦୀପ ରଣାବତ କଙ୍ଗନାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।