କୁକୁରମାନେ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି । ଆମେରିକା, ଜାପାନ୍ ଏବଂ ବ୍ରିଟେନ୍ରେ କିଛି ଏପରି ବି କୁକୁର ଅଛନ୍ତି, ଯେଉଁମାନେ ଏକଦମ୍ ଭିନ୍ନ । କେହି ସ୍କୁଟର ଏବଂ ସାଇକେଲ୍ ଚଲାଇ ରେକର୍ଡ ସୃଷ୍ଟି କରୁଛି ତ ଆଉ କେହି ପ୍ଲାଷ୍ଟିକ୍ ବୋତଲ୍ର ରିସାଇକ୍ଲିଂ କରିବାରେ ସାହାଯ୍ୟ କରୁଛି । ସବୁ କୁକୁରମାନଙ୍କ ମଧ୍ୟରୁ ସିପଡ଼ଗ୍ ନାର୍ମନ ନାମକ ଏହି କୁକୁର ନିଜର ଷ୍ଟାଇଲ୍ ପାଇଁ ବେଶ୍ ଚର୍ଚ୍ଚିତ । ଆମେରିକାର ନାର୍ମନ ୩ବର୍ଷ ବୟସରୁ ହିଁ ଗିନିଜ୍ ବୁକ୍ରେ ନିଜର ନାମକୁ ସାମିଲ୍ କରିଦେଇଛି । ୨୦୧୩ରେ ସବୁଠାରୁ ଦ୍ରୁତଗତିରେ (୨୦.୭୭ସେକେଣ୍ଡରେ ୩୦କିଲୋମିଟର)ଛୋଟ ସାଇକେଲ ଚଲାଇ ରେକର୍ଡ ସୃଷ୍ଟି କରିଥିଲା । ନାର୍ମନକୁ କ୍ୟାରେନ୍ ନାମକ ଜଣେ ଟ୍ରେନର୍ ଟ୍ରେନିଂ ଦେଇଆସୁଛନ୍ତି । ଏବେ ସେ ନିଜର ପୂର୍ବ ରେକର୍ଡକୁ ନିଜେ ଭାଙ୍ଗି ଦେଇଛି ଓ ୯ ସେକେଣ୍ଡରେ ୩୦କିଲୋମିଟର ଯାତ୍ରା କରି ରେକର୍ଡ଼ ସୃଷ୍ଟି କରିଛି ।