କୁଜଙ୍ଗରେ ବିଜେଡିର ଜନସମ୍ପର୍କ ପଦଯାତ୍ରା : ଦାମଙ୍କ ଉପରେ ବର୍ଷିଲେ ଦେବାଶିଷ

0

ପାରାଦ୍ୱୀପ,୧୮/୧୧: ବିଜେଡିରୁ ବହିଷ୍କୃତ ନେତା ଦାମ ରାଉତଙ୍କ ନିଜ ଗଡ ଭାବେ ଜଣାଶୁଣା କୁଜଙ୍ଗରେ ଆଜି ବର୍ଷିଛନ୍ତି କଟକ ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦାମଙ୍କୁ କଡା ସମାଲୋଚନା କରିଛନ୍ତି ଦେବାଶିଷ ।
ଦେବାଶିଷ କହିଛନ୍ତି ଯେ, ଚୌକିଦାର କହୁଥିବା ଲୋକ ପାରାଦ୍ୱୀପରେ ବାହାର ଲୋକଙ୍କୁ ପୁରାଉଥିଲେ । କିନ୍ତୁ ପାରାଦ୍ୱୀପବାସୀଙ୍କୁ ଗେଟ୍ ଆଗରେ ଅଟକାଇ ରଖୁଥିଲେ । ଏ ମାଟି ଦାମଙ୍କର ନୁହେଁ । ସେ ଏରସମାରେ ଜନ୍ମ ହୋଇଥିଲେ । କିନ୍ତୁ ମୋ ଜନ୍ମ ପାରାଦ୍ୱୀପ ନିର୍ବାଚନମଣ୍ଡଳୀରେ । ଏ ମାଟିର ସ୍ୱାଭିମାନ ଡାକରାର ଆବଶ୍ୟକତା ପଡିଛି । ନବୀନଙ୍କୁ ଚ୍ୟାଲେଞ୍ଜ କଲେ କେବେ ବି ସେ ତାଙ୍କ ନିକଟରେ ପହଁଚି ପାରିବେ ନାହିଁ । ନିଜକୁ ବରିଷ୍ଠ ନେତା କହୁଥିଲେ । ତଥାପି ଦଳରୁ ବହିଷ୍କୃତ ହେଲେ ।
ସେ ପାରାଦ୍ୱୀପକୁ ସମ୍ପୂର୍ଣ୍ଣ ଭାବେ ବିଜେଡି ଏରିଆ ବୋଲି କହିଛନ୍ତି ।

Leave A Reply

Your email address will not be published.