ନୂଆଦିଲ୍ଲୀ,୯/୧: ଭାରତୀୟ ରେଳ ବିଭାଗ ଦ୍ୱାରା ଦେଶର ସବୁଠାରୁ ଦ୍ରୁତତମ ଟ୍ରେନ, ଟ୍ରେନ- ୧୮ର ଚଳଚଳା ପାଇଁ ଶୀଘ୍ର ତାରିଖ ଘୋଷଣା କରିପାରେ ଆଇଆରସିଟିସି । ତେବେ ଅନୁମାନ କରାଯାଉଛି ଯେ ଆସନ୍ତା କୁମ୍ଭ ମେଳା ପୂର୍ବରୁ ଆଇଆରସିଟିସି ଏହି ଘୋଷଣା କରିପାରେ । ଏହି ସୁପରଫାଷ୍ଟ ରେଳ ଗାଡି ଦିଲ୍ଲୀ ରୁ ବାରଣାସୀ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ଘଣ୍ଟାକୁ ୧୮୦ କିମି ବେଗରେ ଗତି କରିବ । ଯେଉଁଥିରେ ପାଇଁ ଯାତ୍ରୀମାନେ ଅନେକ ସୁବିଧା ପାଇପାରିବେ । ଏହା ପୂର୍ବରୁ ଟ୍ରେନ- ୧୮ର ଶୁଭରମ୍ଭ ଡିସେମ୍ବର ୨୫ ଅର୍ଥାତ ବଡ ଦିନରେ କରାଯିବା ନେଇ ଚର୍ଚ୍ଚା ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ଟ୍ରେନ-୧୮ର ଚଳଚଳ ପାଇଁ ଘନ କୁହୁଡି ବାଧା ସୃଷ୍ଟି କରିଛି । ଯେଉଁଥି ପାଇଁ ଏହାର ଆରମ୍ଭକୁ ଆଗକୁ ବଢାଯାଇଛି । କହୁଯାଉଛି ଯେ ଏହି ଟ୍ରେନ ଚାଲୁ ହେବା ପରେ ୮ ଘଣ୍ଟାରେ ଦିଲ୍ଲୀ ଓ ବାରଣାସୀ ମଧ୍ୟରେ ଯାତ୍ରା କରିହେବ । ମିଡିଆ ରିପୋର୍ଟରେ ମିଳିଥିବା ସୂଚନା ଅନୁସାରେ ବାରଣାସୀରୁ ଏହି ଟ୍ରେନର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦୀ କରିବେ ।