କୁହୁଡ଼ି ଯୋଗୁ ଦୁର୍ଘଟଣା, ୭ ମୃତ

0

ଅମ୍ବାଲା, ୨୯/୧୨: ଘନ କୁହୁଡ଼ି ଯୋଗୁ ଅମ୍ବାଲା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଭୟାନକ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ରାସ୍ତା ଦୃଶ୍ୟମାନ ନ ହେବାରୁ ଏକ ଟ୍ରକ୍‌ ବିପରୀତ ଦିଗରୁ ଆସୁଥିବା ଦୁଇଟି ଏସ୍‌ୟୁଭି ଉପରେ ମାଡ଼ି ଯାଇଛି । ଆଜି ଭୋର ସମୟରୁ ୨ଟି କାର୍‌ରେ କିଛି ଯାତ୍ରୀ ଚଣ୍ଡିଗଡ଼ରୁ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ଘନ କୁହୁଡ଼ି ଯୋଗୁ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୪ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ୍‌ ହସ୍ପିଟାଲ୍ରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ ଟ୍ରକଫି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସମସ୍ତ ମୃତ ଓ ଆହତମାନେ ଚଣ୍ଡିଗଡ଼ର ।

Leave A Reply

Your email address will not be published.