ଲକ୍ଷ୍ନୌ, ୧/୧: ଉତ୍ତର ପ୍ରଦେଶର ଚାନ୍ଦୋଲି ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଗୋରୁବୋଝେଇ ଟ୍ରକ୍ ଝାଟିମାଟି କୁଡ଼ିଆକୁ ମାଡ଼ିଯିବାରୁ ୮ ଜଣଙ୍କ ମୃତୁ୍ୟ ଘଟିଛି । ପୋଲିସ ଏହି ଗୋରୁଗାଡ଼ିର ପିଛା କରୁଥିବାରୁ ଗାଡିଟି ଦ୍ରୁତଗତିରେ ଖସିଯିବାକୁ ଚେଷ୍ଟାକରି କୁଡ଼ିଆକୁ ମାଡ଼ିଯାଇଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ରହିଛନ୍ତି । ଅନ୍ୟପକ୍ଷରେ କାର୍ଯ୍ୟରେ ଅବେହଳା ପାଇଁ ଜିଲ୍ଲା ପ୍ରଶାସନ ଜଣେ ଇନ୍ସପେକଫର ଓ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛି । ଆଜି ସକାଳେ ଗୋଟିଏ ପୁଲିସ୍ ଭ୍ୟାନ୍ ମାଲଦା ଗାଁରେ ଏକ ଗୋରୁ ବୋଝେଇ ଟ୍ରକର ପିଛା କରିଥିଲା । ପୁଳିସଠୁ ବର୍ତ୍ତିବାକୁ ଟ୍ରକ୍ଟି ଅତି ଦ୍ରୁତଗତିରେ ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ପ୍ରଥମେ ଏକ ବିଦୁ୍ୟତ୍ ଖୁଣ୍ଟରେ ପିଡ଼ିହୋଇ ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଉପରେ ମାଡ଼ି ଯାଇଥିଲା । ଏହି ସମୟରେ କୁଡ଼ିଆ ଭିତରେ କାଲୁ ରାମଙ୍କ ପରିବାରବର୍ଗ ଶୋଇଥିଲେ । ଦୁର୍ଘଟଣା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ସେମାନଙ୍କ ଉପରକୁ ଟେକା ପଥର ମାଡ଼ କରିଥିବା ସୂଚନା ମିଳିଛି ।