ଭୁବନେଶ୍ବର,୬/୨: ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ଲୋୟର ପିଏମଜିରେ ବିରାଟ ସମାବେଶ କରିବାକୁ ଭୁବନେଶ୍ବର ଆସୁଛନ୍ତି। ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ଚାଷୀ । ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ନବନିର୍ମାଣ କୃଷକ ସଂଗଠନ । ଦାବି ହାସଲ ଲାଗି ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲା ସଙ୍ଗଠନ । ତେବେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଶହ ଶହ ଚାଷୀଙ୍କୁ ଅଟକାଇଛି ପୋଲିସ୍ । ଚାଷୀଙ୍କୁ ଅଟକାଇବା ସହ ଅଧା ବାଟରୁ ଉଠାଇ ନେଇଛି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଭୁବନେଶ୍ବର ଷ୍ଟେସନରେ ଶହ ଶହ ଚାଷୀ ବସି ରହିଥିବା ଖବର ମିଳିଛି। ରାଜଧାନୀର ପ୍ରମୁଖ ପ୍ରବେଶ ପଥ ତଥା ରେଳଷ୍ଟେଶନ, ବସ୍ଷ୍ଟାଣ୍ଡ ଓ ଏନ୍ଏଚକୁ ସିଲ କରାଯାଇଛି। ଏପରି କି କୌଣସି ଚାରି ଚକିଆ ଯାନ ଗଲେ ମଧ୍ୟ ପୋଲିସ ଗୋଟି ଗୋଟି କରି ଯାଞ୍ଚ କରୁଛି। ସକାଳୁ ପୋଲିସ ତମାଣ୍ଡୋ ଓ ରେଳ ଷ୍ଟେଶନରୁ ପ୍ରାୟ ୪ସହ ଚାଷୀଙ୍କୁ ଗିରଫ କରିଛି।