କୃଷି ଋଣ ଛାଡ଼ ସମ୍ଭାବନା କମ : ଅର୍ଥ ମନ୍ତ୍ରୀ

0

ଭୁବନେଶ୍ୱର,୨/୧: ରାଜ୍ୟରେ କୃଷି ଋଣ ଛାଡ଼ କରିବା ନେଇ ବିରୋଧୀ ଶାସକ ଦଳ ଉପରେ ଚାପ ପକାଉଥିବା ବେଳେ କୃଷି ଋଣ ଛାଡ଼ ହେବନାହିଁ ବୋଲି ଏକ ପକ୍ଷେ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି। ତେଣୁ ଋଣ ଛାଡ଼ ହେବ ନାହିଁ ବୋଲି ପରୋକ୍ଷରେ ଶ୍ରୀ ବେହେରା କହିଛନ୍ତି।

ଦେଶର ତିନୋଟି ହିନ୍ଦିଭାଷୀ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାର ଦୁଇ ଦିନ ମଧ୍ୟରେ କୃଷି ଋଣଛାଡ କରାଯାଇଥିଲା। ଏହା ପରେ ଆଞ୍ଚଳିକ ଦଳ ବିଜେଡ଼ି ଉପରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପିଙ୍କ ସମେତ ଚାଷୀ ସଙ୍ଗଠନ ଓଡ଼ିଶାରେ କୃଷି ଋଣ ଛାଡ଼ କରିବା ନେଇ ଚାପ ପକାଇଥିଲେ। ମାତ୍ର କୃଷିଋଣ ଛାଡ଼ କରିବା ପରିବର୍ତ୍ତେ ରାଜ୍ୟ ସରକାର ଚାଷୀଙ୍କ ଆର୍ଥିକ ସହାୟତା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ। ଏହାକୁ କ୍ୟାବିନେଟ୍ ମଞ୍ଜୁରି ଦିଆଯିବା ପରେ ରାଜ୍ୟରେ କୃଷିଋଣ ଛାଡ଼ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ କୃଷି ଋଣ ଛାଡ଼ ନେଇ ଆଜି ରାଜ୍ୟ ସରକାର ମତ ସମ୍ପୂର୍ଣ୍ଣ ରୂପେ ମତ ସ୍ପଷ୍ଟ କରିଛନ୍ତି।

ଏହାର ସୂଚନା ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି। ଚାଷୀମାନଙ୍କୁ ଋଣଛାଡ଼ ନୁହେଁ, କୃଷି ସହାୟତା ଦରକାର। ଋଣ ଛାଡ଼ କରାଗଲେ ମାତ୍ର ୮ ପ୍ରତିଶତ କୃଷକ ସହାୟତା ପାଇବେ। କିନ୍ତୁ କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ ସହାୟତା ପାଇବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.