ନୂଆଦିଲ୍ଲୀ, ୨୭/୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ତାଙ୍କ ବାସଭବନଠାରେ ସାକ୍ଷାତ କରିବାକୁ ଆସିଥିବା ଜଣେ ମୌଲବୀଙ୍କୁ ଅଫୁଟା ଗୁଳି ସହିତ ଗିରଫ କରଯାଇଛି । ମୌଲବୀ ଜଣକ ସୀଲମପୁରର ବାସିନ୍ଦା ମୋହମ୍ମଦ ଇମରାନ ବୋଲି ଜଣା ପଡିଛ । ଇମ୍ରାନ ଅନ୍ୟ ୧୨ ଜଣ ମୌଲବୀଙ୍କ ସହ ମିଶି ଦିଲ୍ଲୀ ୱକ® ବୋର୍ଡରେ କାର୍ଯ୍ୟରତ କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ଅନୁରୋଧ କରିବା ପାଇଁ କେଜରୀୱାଲଙ୍କ ପାଖକୁ ଆସିଥିଲେ । କେଜରୀୱାଲଙ୍କୁ ସାକ୍ଷାତ ପୂର୍ବରୁ ସୁରକ୍ଷାକର୍ମୀମାନେ ଚେକିଂ କରୁଥିବା ବେଳେ ତାଙ୍କ ପକେଟରୁ ୩୨ଟି ଗୁଳି ଜବତ କରାଯାଇଥିଲା । ତେବେ ଏହାପରେ ପୋଲିସକୁ ମୌଲବୀ ଜଣକ କହିଛନ୍ତି କି, ତାଙ୍କୁ ଏହି ଗୁଳି ମସଜିଦର ଦାନ ପାତ୍ରରୁ ମିଳିଥିଲା ଓ ସେ ଏହି ଗୁଳିକୁ ନିଜ ପାଖରେ ରଖିଦେଇଥିଲେ ଏବଂ ପରେ ନିଜ ପକେଟରୁ ବାହାର କରିବାକୁ ଭୁଲିଯାଇଥିଲେ । ତେବେ ଇମ୍ରାନଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।