ନୂଆଦିଲ୍ଲୀ,୪/୭: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନିଜ ସଂସଦୀୟ କ୍ଷେତ୍ରରେ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଦାବି କରିଛନ୍ତି I୧୭ ତମ ଲୋକସଭାର ସବୁଠାରୁ କନିଷ୍ଠ ସାଂସଦ ଚନ୍ଦ୍ରାଣୀ ନିଜର ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ରଥଯାତ୍ରା ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ I ଏହାପରେ ଚନ୍ଦ୍ରାଣୀ କହିଥିଲେ ଯେ କେନ୍ଦୁଝର ଜିଲ୍ଲାରେ ପ୍ରାକୃତିକ ସମ୍ବଳ ଭରପୂର ଭାବେ ଥିବାବେଳେ ଦେଶ ଓ ଦେଶ ବାହାରକୁ ରପ୍ତାନୀ କରାଯାଉଛି I
କିନ୍ତୁ କେନ୍ଦୁଝରର ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ .ରୋଜଗାର ଅଭାବରୁ ବାହାର ଜିଲ୍ଲାକୁ କାମ ଖୋଜିବାକୁ ଯାଉଛନ୍ତି I ରାଉରକେଲାରେ ଥିବା ଷ୍ଟିଲ ପ୍ଲାଣ୍ଟ ଭଳି କେନ୍ଦୁଝରରେ ମଧ୍ୟ ଇସ୍ପାତ କାରଖାନାଟିଏ ସ୍ଥାପନ କରିବାକୁ ଚନ୍ଦ୍ରାଣୀ ଦାବି କରିଛନ୍ତି I
ଏହି କାରଖାନା ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ଚନ୍ଦ୍ରାଣୀ କହିଥିଲେ I ଏଠାରେ ସୂଚନା ଥାଉ କି କେନ୍ଦୁଝର ଲୋକସଭା ନିର୍ବାଚନରେ ଦୁଇ ଥରର ସାଂସଦ ବିଜେପିର ଅନନ୍ତ ନାୟକଙ୍କୁ ୬୬ ହଜାର ଭୋଟରେ ପରାସ୍ତ କରିଥିଲେ I