କେନ୍ଦୁଝର ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : “କାଳିଆ ଛାତ୍ରବୃତ୍ତି”

0

କେନ୍ଦୁଝର,୩/୨: କେନ୍ଦୁଝର ପଣ୍ଡାପଡାରେ ଆୟୋଜିତ ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯୋଗ ଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ କେନ୍ଦୁଝର ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ଛାତ୍ରବୃତ୍ତି’ ଯୋଜନାର ଘୋଷଣା ମଧ୍ୟ କରିଛନ୍ତି।

ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, କାଳିଆ ଯୋଜନାରେ ହିତାଧିକାରୀ ଥିବା ଚାଷୀମାନଙ୍କ ପିଲାଙ୍କ ପାଇଁ ସରକାର ‘କାଳିଆ ଛାତ୍ରବୃତ୍ତି ‘ନାମରେ ଏହି ଯୋଜନା ପ୍ରଚଳନ କରିଛନ୍ତି। ଚାଷୀମାନଙ୍କ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ତଥା ବୃତ୍ତିଗତ ଶିକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଏହି ଅବସରରେ ଘୋଷଣା କରିଛନ୍ତି।

କେବଳ ଏତିକି ନୁହେଁ, କେନ୍ଦୁଝର ଠାରେ ‘କାଳିଆ’ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ଯୋଗ ଦେଇ ୬୬ କୋଟି ଟଙ୍କାର ୧୭ଟି ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ସେଠାରେ ସେ ଆଉ ୨୧ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧୦୫୦ କୋଟି ଟଙ୍କାର ଏକ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି।

Leave A Reply

Your email address will not be published.