କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

0

ବେଙ୍ଗାଲୁରୁ, ୧୨/୧୧: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ଘଟିଛି । ବେଙ୍ଗାଲୁରୁର ଶଙ୍କରା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ । ଅନନ୍ତଙ୍କ ବିୟୋଗରେ କର୍ଣ୍ଣାଟକ ସରକାର ତିନି ଦିନ ଶୋକ ଘୋଷଣା କରିଛନ୍ତି । ସେହିପରି ଅନନ୍ତଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମେତ ବହୁ କେନ୍ଦ୍ରୀୟ ନେତା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ସେ ୧୯୯୬ରେ ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ମୋଟ ୬ ଥର ନିର୍ବାଚିତ ହୋଇଛନ୍ତି । ମୋଦି କ୍ୟାବିନେଟ୍‌ରେ ସଂସଦୀୟ ମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସେ ଛାତ୍ରଜୀବନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.