କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଜୁଲୁକୁ ପୋଲିସର ଏନକାଉଣ୍ଟର

0

କେନ୍ଦ୍ରାପଡା, ୧୯/୨: କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲୁ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି । ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି । ଏନକାଉଣ୍ଟର ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛିା ଜୁଲୁଙ୍କ ନିକଟରୁ ଗୋଟିଏ ୫ ରାଉଣ୍ଡର ରିଭରଭର, ଗୋଟିଏ ବ୍ୟବହୃତ ଗୁଳିର ଖୋକା ଜବତ ହୋଇଛିା ବାବୁଙ୍କ ନାମରେ କେନ୍ଦ୍ରାପଡା, ଯାଜପୁର ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଥାନାରେ ୨୦ରୁ ଉଦ୍ଧ୍ୱର୍ର୍ ଅପରାଧିକ ମାମଲା ଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତିା ସେ କହିଛନ୍ତି ଯେ, ସଦର ଥାନା ଅନ୍ତର୍ଗତ ନାନକାର ଗ୍ରାମର ଜୁଲ ଦିର୍ଘ ୪ ବର୍ଷ ଧରି ଫେରାର ଥିଲେ ।

୨୦୧୫ରେ ଦାଦାଗିରି ଓ ବଟି ଆଦାୟ କରୁଥିବା ସଦର ଥାନାରେ ଅଭିଯୋଗ ଥିବାବେଳେ ୨୦୧୮ରେ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଅଛିା ଜିଲା ପୋଲିସ ଜୁଲୁଙ୍କୁ ବହୁବାର ବିଭିନ୍ନ ସ୍ଥାନରେ ଖୋଜିଥିବାବେଳେ ସେ ଧରାପଡି ନ ଥିଲୋ ସୋମବାର ରାତିରେ ଘରକୁ ଆସୁଥିବା ଖବର ପାଇ ସଦର ପୋଲିସ ଅଧିକାରୀ କାବୁଲି ବାରିକ ଓ ଜିଲା ସ୍ପେଶାଲ ସ୍କ୍ବାଡର ଏସଆଇ ପିକେ କାନୁନଗୋଙ୍କ ନେତୃତ୍ୱରେ ଦୁଇଟି ଟିମ ନାନକାର- କଜଳା ରାସ୍ତାର ହାଲପୁର ଠାରେ ଛକି ରହିଥିଲେ। ପୋଲିସ ଦେଖି ଜୁଲ ଫେରାର ହେବାକୁ ପ୍ରଥମେ ଗୋଟିଏ ଗୁଳି ଚାଳନା କରିଥିଲେ । ପରେ ପୋଲିସ ପକ୍ଷରୁ ଦୁଇଟି ଗୁଳି ହୋଇଥିଲା । ଏଥିରୁ ଗୋଟିଏ ଗୁଳି ଜୁଲୁଙ୍କ ଗୋଡରେ ବାଜିଛି । ଜୁଲୁଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟାକାଣ୍ଡ, ଦାଦାବଟି, ମାଡମାରିବା, ଗାଡି, ମଟର ସାଇକେଲ ଚୋରି କରିବା ଆଦି ମାମଲା ରହିଥିବା ଏସଡିପିଓ ପଣ୍ଡା ସୂଚନା ଦେଇଛନ୍ତି ।

ଏନେଇ ସଦର ଥାନାରେ ୩୦/୧୯ରେ ମାମଲା ରୁଜୁ ହୋଇଥିବା ସଦର ଥାନା ଅଧିକାରୀ ବାରିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମେ ମାସରୁ ଅଦ୍ୟାବଧି 6ଟି ଏନକାଉଣ୍ଟର କରି ଜିଲା ପୋଲିସ ଚର୍ଚ୍ଚାକୁ ଆସିଛି । ମେ ୯ରେ ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା (୩୪)ଙ୍କୁ ଜିଲା ପୋଲିସ ଏନକାଉଣ୍ଟର କରିଥିଲା ବେଳେ ମେ ୩୧ରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ବିଭୁ ସାହୁ ଓରଫ ପ୍ରତାପ ସାହୁ (୪୭) ଜିଲା ପୋଲିସ ଏନକାଉଣ୍ଟରର ଶିକାର ହୋଇଛି । ସେହିପରି ଟାଉନ ଥାନା ଅନ୍ତର୍ଗତ ସହରର ବାସୁଳେଇ ଗଳିର ଭବାନୀଶଙ୍କର ସାହୁ ଓରଫ ବାବୁ ସାହୁ (୨୮)ଙ୍କୁ ଗତ ଜୁଲାଇ ୨୩ରେ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିଲୋ ଅକ୍ଟୋବର ୭ ଭୋର ସମୟରେ ସନ୍ତୋଷ (୩୬) ଜିଲା ପୋଲିସ ଏନକାଉଣ୍ଟରର ଶୀକାର ହୋଇଛିା ସେହିପରି ଗତ ଜାନୁଆରୀ ୨୨ରେ ଜିଲା ପୋଲିସ ପକ୍ଷରୁ ସାପ ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଓରଫ ବାବୁ ବିଶ୍ୱାଳ (୩୨)ଙ୍କୁ ରାଜନଗର ଥାନା ଅଧିନ କୁରୁଣ୍ଡିଠାରେ ଏନକାଉଣ୍ଟର ହୋଇଥିଲା ।

Leave A Reply

Your email address will not be published.