ଭୁବନେଶ୍ୱର,୨୯/୪: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା । ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ପ୍ରତିକ୍ରିୟା । ୫ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ।
ଖରାଦିନେ ମିଡ ଡେ ମିଲ ବାବଦରେ ଆଲୋଚନା ହୋଇଥିବା ବେଳେ ଆମେ 3 ମାସର ମିଡ ଡେ ମିଲ ଆଗୁଆ ଦେଇସାରିଥିବା ନେଇ ସୂଚନା ଦେଲେ ମନ୍ତ୍ରୀ । ଏହା ସହ ଯୁକ୍ତ ୨ ପରୀକ୍ଷା ବାବଦରେ ଆଲୋଚନା ହେଲା । ଯୁକ୍ତ ୨ ପରୀକ୍ଷା ଲାଗି ସିବିଏସି ଗାଇଡ଼ ଲାଇନ ଉପରେ ଏହା ନିର୍ଭର କରେ ବୋଲି ସୂଚନା ଦେଲେ ମନ୍ତ୍ରୀ । ଇ ଲର୍ନିଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି । ଦୂରଦର୍ଶନରେ ପାଠ ପଢ଼ା ପାଇଁ ଦାବି କରିଛନ୍ତି ସମସ୍ତ ରାଜ୍ୟ । ସ୍ୱତନ୍ତ୍ର ସ୍ଲଟ ସହ ବିନା ଦେୟରେ ପାଠ ପଢ଼ିବା ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ କରିଛନ୍ତି ରାଜ୍ୟ । ଏହାକୁ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀ ମାନେ ମଧ୍ୟ ସମର୍ଥନ କରିଛନ୍ତି । ଆଇସିଟି ଯୋଜନାରେ ପିଲାଙ୍କୁ ଚଳିତ ଶିକ୍ଷା ବର୍ଷରେ ଆଡମିଶନ ଦେବାକୁ ରାଜ୍ୟ ଦାବି ରଖିଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ।