କେନ୍ଦ୍ର ସରକାର ଓଡ଼ିଶାକୁ ‘ଫନୀ’ ସହାୟତା ଦେଲେ ୩୩୩୮ କୋଟି

0

ଭୁବନେଶ୍ୱର,୨୦/୮: ଓଡ଼ିଶାକୁ ‘ଫନୀ’ ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ସହାୟତା। ଫନୀ ପରବର୍ତ୍ତୀ ଥଇଥାନ ପାଇଁ ମଙ୍ଗଳବାର ଏହି ସହାୟତା ରାଶି ଘୋଷଣା କରାଯାଇଛି। ପୂର୍ବରୁ ଓଡ଼ିଶାକୁ ଫନୀ ପାଇଁ ଅଗ୍ରୀମ ୩୪୦ କୋଟି ମିଳିଥିଲା। ପରେ ପ୍ରଧାନମନ୍ତ୍ରୀ ଆସି ଆଉ ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଓଡ଼ିଶା ସମେତ ଅନ୍ୟ ୨ଟି ରାଜ୍ୟ କର୍ନାଟକ ଓ ହିମାଚଳପ୍ରଦେଶକୁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶା, କର୍ନାଟକ ଓ ହିମାଚଳପ୍ରଦେଶ ପାଇଁ ମୋଟ ୪୪୩୨ କୋଟି ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି। ମରୁଡ଼ି କ୍ଷତିଗ୍ରସ୍ତ କର୍ନାଟକ ପାଇଁ ୧୦୨୯ କୋଟି ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳ ପ୍ରଦେଶ ପାଇଁ ୬୪.୪୯ କୋଟି ଟଙ୍କା ଘୋଷଣା କରାଯାଇଛି।
ପ୍ରକାଶ ଯେ, ଗତ ମେ’ ମାସ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନୀ’ ଦ୍ୱାରା ଓଡ଼ିଶାରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିଲା। ଏହାର ପ୍ରଭାବରେ ରାଜ୍ୟର ପୁରୀ ସମେତ କିଛି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Leave A Reply

Your email address will not be published.