କେବେ ଫେରିବେ ରଣବୀର-ଦୀପିକା

0

ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡି ରଣବୀର ସିଂହ ଏବଂ ଦୀପିକା ପାଦୁ୍ୟକୋନଙ୍କ ବିବାହ ଇଟାଲୀର ଲେକ କୋମୋଠାରେ ସମ୍ପନ୍ନ ହୋଇଛି । ତେବେ ଦୀର୍ଘ ଦିନ ଧରି ଏହି ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା । ବିବାହ ତ ସରିଯାଇଛି ଏବେ ଖୁବ୍‌ ଶୀଘ୍ର ଏହି ଯେଡି ଭାରତ ଫେରିବେ ବୋଲି ସୂଚନା ମିଳୁଛି । ସୁଚନା ମୁତାବକ, ରଣବୀର ଏବଂ ଦୀପିକା ନଭେମ୍ବର ୧୮ରେ ଭାରତ ଫେରିବେ । ଏହା ପରେ ଦୁହେଁ ଦୀପିକାଙ୍କ ହୋମ ଟାଉନ ବେଙ୍ଗାଲୁର ମଧ୍ୟ ଯିବେ । ପରେ ୨୧ ନଭେମ୍ବରରେ ‘ହୋଟେଲ ଦ ଲୀଲା’ରେ ତାଙ୍କ ରିସେପସନ ପାର୍ଟି ଆୟୋଜିତ ହେବ । ଏହା ପରେ ନଭେମ୍ବର ୨୮ରେ ମୁମ୍ବାଇର ‘ହୋଟେଲ ଗ୍ରାଣ୍ଡ ହୟାତ’ରେ ଅନ୍ୟ ଏକ ରିସେପସନ ପାର୍ଟି ଆୟୋଜିତ ହେବ । ଏହା ବ୍ୟତୀତ ଖବର ଆସୁଛିକି ବଲିଉଡ ଇଣ୍ଡଷ୍ଟ୍ରିର ଲୋକଙ୍କ ପାଇଁ ଡିସେମ୍ବର ୧ରେ ସେମାନେ ମୁମ୍ବାଇଠାରେ ଅନ୍ୟ ଏକ ପାର୍ଟିର ଯୋଜନା କରିଛନ୍ତି ।

Leave A Reply

Your email address will not be published.