କେମିତି କରିବେ ପୋଟଳ ଆଚାର ?

ସାମଗ୍ରୀ- ଛୋଟ ପୋଟଳ ୧କିଲୋ, ରିଫାଇନ୍‌ ତେଲ ୧କପ୍‌, ଭିନେଗାର ୧କପ୍‌, ଚିନି ୧ଚାମଚ, ପିଆଜ ୨ଟି, ଅଦା ୧୦ଗ୍ରାମ୍‌, ଲବଙ୍ଗ ୫ଟି, ତେଜପତ୍ର ୨ଟି, ଲୁଣ ଆବଶ୍ୟକ ଅନୁଯାୟୀ, ମେଥି ୧ଚାମଚ, ଜିରା ୧ଚାମଚ, ଧନିଆ ୧ଚାମଚ, ସୋରିଷ ୧ଚାମଚ, ରସୁଣ ୧କୋଲା, ଡାଲଚିନି ୨ଖଣ୍ଡ, ଗୁଜୁରାତି ୧ଟି, ଲଙ୍କାଗୁଣ୍ଡ ୧ଚାମଚ, ହଳଦୀଗୁଣ୍ଡ ୧ଚାମଚ ।
ପ୍ରଣାଳୀ- ପିଆଜ, ଅଦା, ରସୁଣକୁ ଛୋଟକରି କାଟନ୍ତୁ । ଧନିଆ, ଜିରା, ମେଥି ଓ ସୋରିଷକୁ ଅଲଗା ଭାଜି ଗୁଣ୍ଡ କରି ରଖନ୍ତୁ । ପ୍ରତ୍ୟେକ ପୋଟଳ ୪ଖଣ୍ଡ କରି କାଟି ରଖନ୍ତୁ । କରେଇରେ ତେଲ ଗରମ କର । ପୋଟଳ ସବୁ ଛାଣି ନିଅନ୍ତୁ । ବଳକା ତେଲରେ ଗରମ ଗୁଣ୍ଡ ଓ ତେଜପତ୍ର ପକାନ୍ତୁ । ସେଥିରେ କଟା ହୋଇଥିବା ପିଆଜ, ଅଦା, ରସୁଣକୁ ପକାନ୍ତୁ ଏବଂ ଭାଜନ୍ତୁ। ପିଆଜ ଲାଲ୍‌ ହୋଇ ଆସିଲେ ସେଥିରେ ଭେନିଗାର, ଲୁଣ ଓ ଚିନି ପକାଇ ଭାଜ;ୁ । ପାଞ୍ଚ ମିନିଟ୍‌ ପରେ ସେଥିରେ ଭଜା ପୋଟଳ ପକାଇ ୧ ମିନିଟ୍‌ ଫୁଟାଇ ଦିଅନ୍ତୁ । ଏହା ଥଣ୍ଡା ହୋଇଗଲେ ଗୁଣ୍ଡ ମସଲା ଓ ଲଙ୍କା ଗୁଣ୍ଡ ସବୁ ଭଲଭାବରେ ମିଶାଇ ବୋତଲରେ ରଖନ୍ତୁ । ଏହା ୬ମାସ ପର୍ଯ୍ୟନ୍ତ ରହିବ ।