କେରଳିୟାନ ମାଂସ ଭଜା

0

ପ୍ରସ୍ତୁତି ସାମଗ୍ରୀ: ୫୦୦ ଗ୍ରାମ ମାଂସ, ୧ ଚାମଚ ଧନିଆ, ୧ ଚାମଚ ଜିରା, ୧ ଚାମଚ ମଧୁରୀ, ୨ ଖଣ୍ଡ ଡାଲଚିନି, ୨ଖଣ୍ଡ ଗୁଜୁରାତି, ୧ ଗୋଟି ରସୁଣ, ୧ଇଞ୍ଚ ଅଦା, ଅଳ୍ପ ନଡିଆ, ଅଳ୍ପ ଭୃସଙ୍ଗପତ୍ର, ୬ଟା ଲାଲ୍‌ ଲଙ୍କା, ଅଧ କପ୍‌ ତେଲ, ୨ ଚାମଚ ଭିନେଗାର, ୨ଟି ପିଆଜ, ଆବଶ୍ୟକୀୟ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ:ପ୍ରଥମେ ପିଆଜକୁ ଚୂନା ଚୂନା କରି କାଟିଦେବ ଆଉ ସମସ୍ତ ମସଲାକୁ ବାଟି କରି ରଖିବ । ନଡିଆକୁ ପାତି ପାତି କରି ରଖିବ । ମସଲା ବଟା, ମାଂସ, ଭିନେଗାର, ଲୁଣ ଓ ହଳଦୀ ଗୋଳାଇ କମ୍‌ ନିଆଁରେ ସିଝାଇବ । ମାଂସ ସିଝିଗଲେ ଓହ୍ଲାଇ ରଖିବ । କରେଇରେ ତେଲ ଗରମ କରି ପିଆଜକୁ ଲାଲ୍‌ ହେଲେ ସେଥିରେ ଭୃସଙ୍ଗପତ୍ର ଓ ମସଲା ସହ ମାଂସ ଢ଼ାଳିଦେଇ ଭଜା ଭଜା କରି ଓହ୍ଲାଇ ଦେବେ । ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କେରଳିୟାନ ମାଂସ ଭଜା ।

Leave A Reply

Your email address will not be published.