ଚାଉଳ ଧୋଇବା ପରେ ପାଣିକୁ ଆମେ ଅଦରକାରୀ ଭାବି ଫୋପାଡି ଦେଉ । କିନ୍ତୁ ଚାଉଳର ପାଣି ଶରୀର ଓ କେଶ ପାଇଁ ଖୁବ୍ ହିତାକରୀ ହୋଇଥାଏ । ଯଦି ସୁନ୍ଦର ଓ ଘନ କେଶ ଆପଣଙ୍କୁ ଦରକାର ତେବେ ଚାଉଳ ପାଣିର ଉପଯୁକ୍ତ ବ୍ୟବହାର କରନ୍ତୁ । ତେବେ ଜାଣନ୍ତୁ ଚାଉଳ ପାଣିର ଉପକାରୀ ଗୁଣ-
* କେଶ ଝଡୁଥିଲେ- ଯଦି କେଶ ବାରମ୍ବାର ଝଡୁଛି କିମ୍ବା ଉପୁଡୁଛି ତେବେ ଚାଉଳ ପାଣିରେ ମୁଣ୍ଡକୁ ମାଲିସ୍ କରନ୍ତୁ । ଦୁର୍ବଳ ଚର୍ମ ହେତୁ କେଶ ଝଡିବା ଆରମ୍ଭ କରିଥାଏ ତେଣୁ ଚାଉଳ ପାଣି ବ୍ୟବହାର କଲେ ଏମିନୋ ଏସିଡ୍, ଭିଟାମିନ୍, ମିନେରାଲ୍ସ ଆଦି ପ୍ରଚୁର ପରିମାଣରେ କେଶ ଉପୁଡିବାରୁ ରକ୍ଷା କରିଥାଏ । ଅଧିକ ପୋଷଣ ପାଇଁ ସେଥିରେ ଆଲମଣ୍ଡ, ଗୋଲାପ ଜଳ, ଲାଭେଣ୍ଡର କିମ୍ବା ଚାହା ଗଛର ତୈଳକୁ ମିଶାଇପାରିବେ ।
* କେଶ ରୁଖା ହୋଇଗଲେ- କର୍ମମୟ ଜୀବନରେ ମାତ୍ରାଧିକ ପ୍ରଦୂଷଣ ରହିଥାଏ । ତେଣୁ ଚର୍ମ କୋଷ ଗୁଡିକ ମୃତ ହୋଇଯାଆନ୍ତି । ଆଉ ଶାମ୍ପୁ, କଣ୍ଡିଶନର, କୃତ୍ରିମ ତୈଳ କେଶର ଚମକକୁ ନଷ୍ଟ କରିଦିଏ । ଚାଉଳ ପାଣିରେ ମୁଣ୍ଡର ଚମଡାକୁ ମାଲିସ୍ କରିବା ଦ୍ୱାରା କେଶର ଚମକ ଫେରିଆସିଥାଏ ।
* ରୁପି ସମସ୍ୟା- ଯଦି ରୁପି ସମସ୍ୟା ରହିଛି ତେବେ ଚାଉଳ ପାଣି ବ୍ୟବହାର କରିବା ଫଳଦାୟୀ ହୋଇଥାଏ । ରୁପି ଥିବା ଚର୍ମକୁ ଚଉଳ ପାଣିରେ ଅଳ୍ପ ରିଠା ଫଳ ପାଉଡର ମିଶାଇ ଲଗାଇଲେ ରୁପି ମାତ୍ରା କମିଯାଏ । ଯଦି ପ୍ରଦୂଷଣ ପାଇଁ କେଶ ନଷ୍ଟ ହେଉଛି ତେବେ ଛୋଟ ପିଆଜକୁ ନଡିଆ ତେଲରେ ଫୁଟାଇବା କେଶରେ ଲଗାନ୍ତୁ । ପରେ ବେସନ ଓ ଚାଉଳ ପାଣି ମିଶ୍ରଣରେ ଧୋଇଦିଅନ୍ତୁ ।
* ନରମ କେଶ- ଶାମ୍ପୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା କେଶ ସିá ଓ ସଫଫ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯାଏ । ଚାଉଳପାଣି ମଧ୍ୟ ଶାମ୍ପୁ ପରି କାର୍ଯ୍ୟ କରିଥାଏ । ଚାଉଳପାଣିରେ ରିଠା ଫଳ, ଅଁଳା କିମ୍ବା କମଳା ଚୋପା ଛଡାଇ ଲଗାଇବା ଦ୍ୱାରା ଶାମ୍ପୁ କିମ୍ବା କଣ୍ଡିଶନର ବ୍ୟବହାର କରିବା ଆବଶ୍ୟକ ନାହିଁ । କେଶ ମଜବୁତ ହେବା ସହ ଚମକ ମଧ୍ୟ ଫେରିଆସିଥାଏ ।
* କେଶର ଯନି- ଯଦି ସୁନ୍ଦର କେଶ ପାଇଁ ଖୁବ୍ ଯନିବାନ ତେବେ ଚାଉଳ ଧୁଆ ପାଣି ସହ ଚାଉଳ ବଟା ପ୍ରସ୍ତୁତ କରନ୍ତୁ । ସେହି ଚାଉଳ ବଟାରେ ୨-୩ଟି ବଡ ଚାମଚ ମହୁ ମିଶାନ୍ତୁ । ମିଶ୍ରଣଟି ଭଲଭାବେ ଚର୍ମରେ ଲଗାନ୍ତୁ । ସେହିପରି ୫-୧୦ ମିନିଟ୍ ଛାଡିଦେଇ ଧୋଇଦିଅନ୍ତୁ । ଏହା ଏକ ମ୍ୟାଜିକ୍ ରୂପେ କାର୍ଯ୍ୟ କରିଥାଏ ।
Prev Post
Next Post